Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଆକ୍ରମଣରେ ଅନ୍ୟ ଦୁଇ ଜଣ ଗୁରୁତର

20/10/2020 at 9:48 AM

ମୋରଡା ୨୦।୧୦: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଫୁଲ ତୋଳୁଥିବା ବେଳେ ବୃଦ୍ଧାଙ୍କୁ କଚାଡି ମାରିଦେଲା ଦନ୍ତା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ପଳାଶମୁଣ୍ଡଳୀ ଗ୍ରାମରେ । ଦୀର୍ଘଦିନ ହେବ ହାତୀପଲ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ତାଣ୍ଡବଲୀଳା କରୁଥିବା ବେଳେ ବନବିଭାଗ ହାତୀ ଘଉଡାଇବା ଉଦ୍ୟମରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅଧିନ ପଳାଶମୁଣ୍ଡଳୀ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ପଳାଶମୁଣ୍ଡଳୀ ଗ୍ରାମର ସୁଭଦ୍ରା ରଣା  । ତାଙ୍କ ବୟସ ୬୫ ବର୍ଷ । ମଙ୍ଗଳବାର ଭୋରରୁ ସୁଭଦ୍ରା ରଣା ଫୁଲ ତୋଳୁଥିବା ବେଳେ ଅଚାନକ ହାତୀ ପଛପଟୁ ଆସି ଆକ୍ରମଣ କରିଥିଲା ।

ସେହିପରି ଟୁକପଳାସିଆ ଗ୍ରାମର ଇନ୍ଦ୍ରଜିତ ମହାନ୍ତ ଓ ନଇତନି ମହାନ୍ତ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ରାତିରେ ଛାତନା ଅଞ୍ଚଳରେ ତିନି ଜଣଙ୍କ ଘର ଭାଙ୍ଗିଛି ହାତୀ । ଧାନବିଲ ବ୍ୟାପକ କ୍ଷୟକ୍ଷତି କରିଛି ।

ଦୁଇଦିନ ତଳେ ହାତୀ ଆକ୍ରମଣରେ ସାରୁମୂଳା ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିଲା । ତେବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନରେ ଦୀର୍ଘ ଦିନ ହେବ ଡେରା ପକାଇ ହାତୀପଲ ତାଣ୍ଡବଲୀଳା କରୁଥିବା ବେଳେ ବନବିଭାଗ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛି।

   Related Posts