ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

Published By : Prameya-News7 Bureau | October 21, 2020 IST

କାମାକ୍ଷାନଗର ୨୧।୧୦: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଶୌଚ ହେବାକୁ ଯାଇଥିବା ବେଳେ ହାତୀ କଲା ଆକ୍ରମଣ । ମୃତକ ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜୁଲଙ୍ଗ ଗ୍ରାମର ଦୁଲଣ ବିଶ୍ବାଳ ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଶୌଚ ହେବା ପାଇଁ ଯିବାବେଳେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଛନ୍ତି ।

ଏହି ଅଞ୍ଚଳରେ ପ୍ରାୟ ୫୦ରୁ ୬୦ହାତୀ ସବୁବେଳେ ରହିବା ସହିତ ବିଭିନ୍ନ ସମୟରେ ଉପଦ୍ରବ କରୁଛନ୍ତି । ବର୍ତ୍ତମାନ ଧାନ ଅମଳ ସମୟର ହୋଇଥିବାରୁ ହାତୀଙ୍କ ଉପଦ୍ରବ ଯୋଗୁଁ ଫସଲ ମଧ୍ୟ ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ହାତୀଗୁଡିକ ଗ୍ରାମ ଭିତରକୁ ପଶି ଆସୁଛନ୍ତି । ଯାହା ଫଳରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.