ବାଇକ୍ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | December 12, 2020 IST

ତେଲକୋଇ ୧୨।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡିହା ଗାଁରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୭୦ ବର୍ଷ ବୟସ୍କ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପେଚି ବିନ୍ଧାଣି । ବୃଦ୍ଧା ଜଣଙ୍କ ଗାଁ ଦାଣ୍ଡକୁ ପାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୁଣ୍ଡର ପଛ ପାଖ ଏବଂ ଗୋଡରେ ଶକ୍ତ ଆଘାତ ହୋଇଥିଲା ।

ଘଟଣାଟି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ବେଳେ ବାଇକ୍ ଆରୋହୀ ଯୁବକ ଜଣଙ୍କ ଗାଁ ଲୋକ ହୋଇ ଥିବାରୁ ଗୁରୁତର ବୃଦ୍ଧାଙ୍କୁ ଜଣେ କ୍ବାକର ସାହାଯ୍ୟ ନେଇ ପ୍ରାଥମିକ ଚିକିତ୍ସା କରାଇ ଭଲ ହୋଇଯିବ ବୋଲି ବୃଦ୍ଧାଙ୍କ ପରିବାରକୁ କହିଥିଲେ । ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ଅସୁବିଧାରେ ପଡିବା ଆଶଙ୍କାରେ ବୃଦ୍ଧା ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନେଇ ନଥିଲେ ।ଫଳରେ ଶନିବାର ସକାଳେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.