ସାଇକେଲ୍‌କୁ ଧକ୍କା ଦେଲା ଟ୍ରକ୍, ଆରୋହୀ ମୃତ

Published By : Prameya-News7 Bureau | November 14, 2020 IST

କଳାହାଣ୍ଡି ୧୪।୧୧: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନଗା ସାପ୍ତାହିକ ବଜାର ନିକଟରେ ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ । ମୃତକ ପେଙ୍ଗସୁର ଗାଁର ୬୦ ବର୍ଷ ବୟସ୍କ କରୁଣା ନାଗ । ହାଟରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସାଇକେଲ ଆରୋହୀ ।

{"id":361513,"sizeSlug":"large"}

ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ । ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.