ବୃଦ୍ଧାଙ୍କୁ ଧକ୍କାଦେଇ ବାଇକ୍ ଫେରାର, ଘଟଣାସ୍ଥଳରେ ଚାଲିଗଲା ଜୀବନ

Published By : Prameya-News7 Bureau | October 18, 2021 IST

ଆନନ୍ଦପୁର ୧୮।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ଗୋହିରା ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା । ଚାଲିଚାଲି ଯାଉଥିବା ଜଣେ ବୃଦ୍ଧାଙ୍କୁ ପଛପଟୁ ଧକ୍କା ଦେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ ଶୈଲଙ୍ଗ ଗ୍ରାମର ମୀନତି ସେଠୀ ।

{"id":529188,"width":754,"height":415,"sizeSlug":"full","linkDestination":"none"}

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବାଇକ୍ ନେଇ ଚାଳକ ଚମ୍ପଟ ମାରିଥିବାବେଳେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.