ମଇଁଷି ଚରାଇବା ହେଲା କାଳ, ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | July 01, 2021 IST

କରଞ୍ଜିଆ ୧।୭: ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ । ମଇଁଷି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧା ଜଣଙ୍କ ବୁଡି ଯାଇଛନ୍ତି । ରରୁଆଁ ଥାନା ପଣ୍ଡାବିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନ ସମୟରେ ମଇଁଷି ଚରାଇ ସାରି ଗାଧୋଉଥିବା ସମୟରେ ବୃଦ୍ଧା ଜଣଙ୍କ ପୋଖରୀରେ ବୁଡି ଯାଇଥଲେ ।  ଗାଁରେ ଥିବା ସୁନ୍ଦରଗୌରୀ ବଡ଼ ପୋଖରୀରେ ଘଟିଛି  ଏଭଳି ଅଭାବନୀୟ ଘଟଣା ।  ମୃତକ ବୃଦ୍ଧା ଜଣଙ୍କ ହେଉଛନ୍ତି ପଣ୍ଡାବିଲା ଗାଁର ସୀତା ହୋ । ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.