Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିଆଁ ପୁଇଁବା ହେଲା କାଳ : ଚୁଲିରୁ ନିଆଁ ଲାଗି ଜଳିଗଲା ଘର, ବୃଦ୍ଧା ଗୁରୁତର

4/01/2020 at 7:28 AM

ଆନନ୍ଦପୁର ୪।୧: ଆନନ୍ଦପୁର ଉପଖଣ୍ଡ ସୋସ ଥାନା ନାହା  ଗାଁରେ ବାରଣ୍ଡାରେ ଥିବା ଚୁଲିରେ ନିଆଁ ପୁଇଁ ହେଉଥିବା ସମୟରେ ଜଣେ ବୃଦ୍ଧାଙ୍କ  ଶାଢୀରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିପାରି ନଥିବା ବୃଦ୍ଧା ଜଣଙ୍କ  ଘରଭିତରକୁ ଚାଲି ଆସିଥିଲେ । କିଛି ସମୟ ପରେ ଜାଣିବା ବେଳକୁ ତରତର ହୋଇ ପିନ୍ଧାଲୁଗା ଦେହରୁ କାଢି ଫିଙ୍ଗିବାକୁ ଚେଷ୍ଟା କରିବାରୁ ଲୁଗାରେ  ଲାଗିଥିବା ନିଆଁ ଘର ଚାଳକୁ  ଧରିଯାଇ ଘର ଜଳିଯାଇଛି ।

ଅଗ୍ନିକାଣ୍ଡରେ ବୃଦ୍ଧାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି । ପରିବାର  ଲୋକେ ହାଟଡିହି ଅଗ୍ନିଶମ ବିଭାଗ ସହାୟତା ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରିଛନ୍ତି । ତେବେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପିଡୀତା ବୃଦ୍ଧା ନାହା ଗାଁର ବୁଧିଆ  ନାଥଙ୍କ ପତ୍ନୀ ମିନତୀ  ବୋଲି ଜଣାପଡିଛି ।

   Related Posts