Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ପଡୋଶୀଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର ଅଭିଯୋଗ, ଥାନାରେ ଏତଲା

3/12/2021 at 9:29 AM

ସାଲେପୁର ୩।୧୨: ଜମିବାଡି ବିବାଦକୁ କେନ୍ଦ୍ରକରି ବୃଦ୍ଧା ମହିଳାଙ୍କୁ ପଡ଼ୋଶୀଙ୍କ ଆକ୍ରମଣ । ଫଳରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି ସିଂହମାପୁର ଗ୍ରାମରେ । ଗୁରୁତର ବୃଦ୍ଧା ଜଣଙ୍କ ହେଲେ ଉର୍ମିଳା ନାଥ ।

ପଡ଼ୋଶୀ ଧ୍ରୁବ ନାଥଙ୍କ ପୁଅ ବିଚିତ୍ରା ନାଥ ଝିଅ ଲକ୍ଷ୍ମୀପ୍ରିୟା ନାଥ, ସରସ୍ବତୀ ନାଥ କଟୁରୀ, ଲୁହା ରଡ଼, କାଚ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବୃଦ୍ଧା ଉର୍ମିଳାଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବାରୁ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡିକାଲକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଏବେ ଗୁରୁତର ଅବସ୍ଥାରେ ବୃଦ୍ଧା ଘରେ ଚିକିତ୍ସାଧୀନ ଅଛନ୍ତି ।

ମା’କୁ ପଡ଼ୋଶୀଙ୍କ ଆକ୍ରମଣ କରିବାରୁ ଅଟକାଇବା ସମୟରେ ଦୁଇ ଝିଅ ମଧ୍ୟ  ଆକ୍ରମଣର ଶିକାର ହୋଇଥିଲେ । ଏନେଇ ବୃଦ୍ଧା ପାଗା ଫାଣ୍ଡି ଓ ଜଗତପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ଗୋଟେ କେଶ କରିଦେଇ ଚୁପ ବସିପଡିଛି । ଘଟଣାକୁ ୭ ଦିନ ବିତିଗଲା ପରେବି ପୋଲିସର କର୍ଯ୍ୟାନୁଷ୍ଠାନକୁ ନେଇ ପୀଡିତା ପରିବାର ଏବେ ସୁରକ୍ଷା ଚିନ୍ତାରେ । ପାଗ ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି ।  ସେପଟେ ପଡ଼ୋଶୀ ମଧ୍ୟ ପାଲଟା ଅଭିଯୋଗ କରିଥିବା ପାଗା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts