Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଡାହାଣୀ ସନ୍ଦେହରେ ଖଣ୍ଡାରେ ଆକ୍ରମଣ, ବୃଦ୍ଧା ଗୁରୁତର

12/07/2021 at 11:51 AM

ରାଇରଙ୍ଗପୁର ୧୨।୭: ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ତେନ୍ଦ୍ରା ଗ୍ରାମର ଢ଼ିପାସାହିରେ ।

ସୂଚନାଯୋଗ୍ୟ ଯେ, ତେନ୍ଦ୍ରା ଗ୍ରାମର ବର୍ଜୁ ତିରିଆର ଦୁଇ ଯାଆଁଳା ସନ୍ତାନଙ୍କର କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ ବର୍ଜୁ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଯେ ସେଇ ସାହିର ପାଲ ସିଙ୍କୁ ନାମକ ମହିଳା ଗୁଣି ଗାରେଡି କରି ଛୁଆମାନଙ୍କୁ ମାରିଦେଇଛି। ଫଳରେ ରବିବାର ରାତି ପ୍ରାୟ ୮ଟା ବେଳକୁ ପାଲକୁ ବର୍ଜୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ପାଲକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ବର୍ଜୁକୁ ପୋଲିସ ଗିରଫ କରି ତଦନ୍ତ କରୁଛି।

   Related Posts