ଓଲଟିଲା ହାଇଓ୍ବା, ଭାଙ୍ଗିଲା କାନ୍ଥ : ବୃଦ୍ଧା ଗୁରୁତର, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

Published By : Prameya-News7 Bureau | December 26, 2020 IST

ବଡବିଲ ୨୬।୧୨: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଫାଇନ୍ସ ବୋଝେଇ ହାଇଓ୍ବା । ଘର ଉପରେ ଫାଇନ୍ସ ଓଜାଡି ହୋଇ ଭାଙ୍ଗିଗଲା କାନ୍ଥ । ଫଳରେ ବୃଦ୍ଧା ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ ।

{"id":382959,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବଡ଼ବିଲ-ନାଲଦା ରାସ୍ତାର ପାଲ୍ ହଟିଂ ନିକଟରେ ଫାଇନ୍ସ ବୋଝେଇ ଓଡି୦୯ଜି୦୯୪୬ ନମ୍ବର ଏହି ହାଇଓ୍ବା ଟ୍ରକ୍ ଓଲଟିବା ଯୋଗୁଁ  ପାଖରେ ଥିବା ଏକ ଘର ଉପରେ ଆଇରନ୍ ଫାଇନ୍ସ ସବୁ ଓଜାଡ଼ି ହୋଇ ପଡିଥିଲା । ଫଳରେ ଘରର କାନ୍ଥ ପଡ଼ିଯାଇଥିଲା । ସୁବାସୀ ପାତ୍ର ନାମକ ଜଣେ ବୃଦ୍ଧା ସେଥିରେ ଚାପି ହୋଇଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ।

{"id":382960,"sizeSlug":"large","linkDestination":"none"}

ଏହି ଦୁର୍ଘଟଣା ସମୟରେ ବୃଦ୍ଧା ସୁବାସୀଙ୍କ ସହ ତାଙ୍କର ବିଧବା ଝିଅ ଓ ୩ ଜଣ ନାତିନାତୁଣୀ ଘର ଭିତରେ ଶୋଇଥିଲେ । ତେବେ ଦୁର୍ଘଟଣାରେ ସୁବାସୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କର ଝିଅ ଓ ନାତିନାତୁଣୀ । ଏହି ଘଟଣା ପରେ ଶନିବାର ସକାଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ହାଇଓ୍ବା ଗାଡିର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.