Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଚକ୍ଷୁ ଚିକିତ୍ସା ପାଇଁ ଯାଇ ଲିଫ୍ଟରେ ପଡିଗଲେ ବୃଦ୍ଧା, ଭାଙ୍ଗିଗଲା ହାତ-ଗୋଡ

2/04/2021 at 4:37 PM

ବ୍ରହ୍ମପୁର ୨।୪: ବ୍ରହ୍ମପୁର ବଡ ମେଡିକାଲରେ ଅଘଟଣ ।  ଚକ୍ଷୁ ବିଭାଗରେ ଜଣେ ବୃଦ୍ଧା ଚିକିତ୍ସା ହେବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ଶୀକାର ହୋଇଥିବା ଜଣାପଡିଛି ।  ଗଞ୍ଜାମ ଜିଲ୍ଲା ହୁଗୁଳାପଟା ଗ୍ରାମର ୭୦ ବର୍ଷ ବୟସ୍କା ବୃଦ୍ଧା ପୁନା ସାହୁ ଗତ ୩୧ ତାରିଖରେ ଚକ୍ଷୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଯାଇଥିଲେ ।  ଚିକିତ୍ସା ପାଇଁ ପୁଅ ସହ ଆସିଥିଲେ ।  ମା’କୁ ମେଡିକାଲରେ ବସାଇ ପୁଅ ବାହାରକୁ ପରୀକ୍ଷା ରିପୋର୍ଟ ଆଣିବାକୁ ଯାଇଥିବା ସମୟରେ ବୃଦ୍ଧା ପରିସ୍ରା ପାଇଁ ଯାଇ ନିର୍ମାଣଧୀନ ଲିଫ୍ଟରେ ପଡିଯାଇଥିଲେ । ଫଳରେ ବୃଦ୍ଧାଙ୍କ ହାତ ଗୋଡରେ ଗଭୀର ଆଘାତ ଲାଗିଛି ।  

ଚିକିତ୍ସା ପାଇଁ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଏମସ୍ ପଠାଇଥିବା ବେଳେ ସେଠାରେ ଚିକିତ୍ସା ନକରି ଏମକେସିଜି ପଠାଇଦେଇଥିଲେ ।  ଆଜି ପୁଣି ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ କଟକ ପଠାଇଥିବା ଜଣାପଡିଛି । କଟକ ମେଡିକାଲରେ ବର୍ତ୍ତମାନ ବୃଦ୍ଧା ଜଣଙ୍କ ଚିକିତ୍ସିତ ହେଉଥିବା ଜଣାପଡିଛି । ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅନାୟସରେ ଜଣେ ବୃଦ୍ଧା ମହିଳା ଆଖି ଚିକିତ୍ସା କରିବାକୁ ଆସି ସୁସ୍ଥ ହେବା ବଦଳରେ ଗୁରୁତର ହୋଇଛନ୍ତି ।

   Related Posts