ଲଜ୍ଜା : ୭୦ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବକକୁ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | March 01, 2021 IST

ମୁନିଗୁଡା ୧।୩: ରାୟଗଡାରେ ଲଜ୍ଜା । ୭୦ ବର୍ଷ ବୟସ୍କ ବିଧବା ବୃଦ୍ଧାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବାଣପୁର ଗ୍ରାମରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।  

{"id":416250,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଣପୁର ଗ୍ରାମର ଜଣେ ବିଧବା ମହିଳା ରାରେ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ବୃଦ୍ଧା ଜଣଙ୍କ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି ।  ଗତ ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି ।  ଏହି ଘଟଣାକୁ ନେଇ ଗ୍ରାମରେ ଏକ ବୈଠକ ବସାଇ ସମାଧାନ କରିବା ଉଦ୍ୟମ କରାଯାଉଥିବା ବେଳେ ସେଠାରୁ ଅଭିଯୁକ୍ତ ବିଶ୍ଵନାଥ କାଡ୍ରାକା ଫେରାର ହୋଇଯାଇଥିଲେ । ତେଣୁ ଗ୍ରାମର ମହିଳା ସଂଘର ସହାୟତାରେ ବିଷମକଟକ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଉଭୟଙ୍କ ଡାକ୍ତରୀ ମାଇନା କରି ବୃଦ୍ଧାଙ୍କ ୧୬୪ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଶ୍ଵନାଥ କାଡ୍ରାକାଙ୍କ ନାଁରେ ବିଷମକଟକ ଥାନାରେ ଆଇପିସି ଧାରା ୩୭୬/୩୪୧ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.