ଟିପ୍ପର ଚାପାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା
21/08/2018 at 1:00 AM

କଳାହାଣ୍ଡି ୨୧/୮ : କଳାହାଣ୍ଡିରେ ଏଆରଏସଏସ କମ୍ପାନୀର ଟିପ୍ପର ଚାପାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଜାତୀୟରାଜପଥ ୫୯କୁସୁର୍ଲା ଠାରେ ରାସ୍ତା ରୋକ କରାଯାଇଛି । ଏଆରଏସଏସ ଠିକା କମ୍ପାନୀର ଟ୍ରକ୍ ନଂ ଓଆର ୦୫ଏଜେ ୫୨୬୩ ଦ୍ରୁତବେଗରେ ଜଣେ ବୃଦ୍ଧଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ପିପୋଲ ପଦର ଗ୍ରାମର ମହାନ ଧତା ସାହୁ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୋକ ତାକୁ ଧରି ପୋଲିସର ଜିମା ଦେଇଛନ୍ତି ।
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021