କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ

Published By : Prameya-News7 Bureau | October 17, 2018 IST

କେନ୍ଦୁଝର ୧୭।୧୦: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ କୋହ୍ଲ ରୋଡ଼କେଳା ଗ୍ରାମରେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ । ମୃତକ ହେଉଛନ୍ତି ୬୦ବର୍ଷୀୟ ବୃଦ୍ଧା ଗୁରୁବାରି ମୁଣ୍ଡା । ବଡ଼ବିଲ ଏବଂ କୋଇଡ଼। ରେଞ୍ଜ୍ ସୀମାବର୍ତ୍ତୀ ଅଂଚଳରେ ହାତୀପଲ ବୁଲୁଥିବା ବଳେ, ଗତକାଲି ରାତିରେ ଏକ ୨୨ ଟିକିଆ ହାତୀପଲ କୋହ୍ଲ ରୋଡ଼କେଳା ଗାଁ ମୁଣ୍ଡକୁ ପଶି ଆସିଥିଲେ । ତେବେ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼।ଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ହାତୀପଲ ଗାଁକୁ ପଶି ଆସିଥିଲେ । ଏହି ସମୟରେ ବୃଦ୍ଧା ଗୁରୁବାରି ମୁଣ୍ଡା ଘର ଭିତରୁ ବାହାରକୁ ଚାଲି ଆସିବାରୁ ହାତୀ ହାବୁଡରେ ପଡ଼ି ଯାଥିଲେ । ଏକ ଦନ୍ତା ହାତୀ ଗୁରୁବାରୀକୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ରୁଗୁଡ଼ି ପୋଲିସ ଏବଂ ବନ କର୍ମଚାରୀ ଘଟଣାର ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.