Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

10/09/2019 at 9:51 AM

ବାରଙ୍ଗ ୧୦।୯: ହନୁ ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପୋଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ହରସ ମହାନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ନଦୀ ବନ୍ଧରେ ଫୁଲ ତୋଳୁ ଥିବା ସମୟରେ ଏକ ଉତ୍ପାତିଆ ହନୁ ତାଙ୍କ ଉପରକୁ ଡେଇଁ ପଡି ଥିଲା । ଫଳରେ ବୃଦ୍ଧା ଘଟଣାସ୍ଥଳରେ ଟଳିପଡିଥିଲେ । ପଥରରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧା ହରସ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।

ନିକଟସ୍ଥ ଗଣ୍ଡରପୁର ଓ ଖଇରା ପୋଡା ଗାଁରେ ଗୋଟିଏ ହନୁ ମାଙ୍କଡ ଗତ କିଛି ଦିନ ହେଲା ଉତ୍ପାତ ହେଉଥିଲା । ହନୁ ଆକ୍ରମଣରେ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି । ବନବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ କେହି ଏପର୍ଯ୍ୟନ୍ତ ପହଂଚି ନାହାନ୍ତି ।

   Related Posts