ସରକାରୀ ଯୋଜନାରୁ ବଞ୍ଚିତ ସ୍ବାମୀ ପରିତ୍ୟକ୍ତା ବୃଦ୍ଧା : ନା' ମିଳିଛି ଘର, ନା' ଅଛି ରାସନ କାର୍ଡ

Published By : Prameya-News7 Bureau | May 17, 2021 IST

ଚଣ୍ଡିଖୋଲ ୧୭।୫: ଜଣେ ସ୍ବାମୀ ପାରିତ୍ୟକ୍ତା ବୃଦ୍ଧା ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ନେଇ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତର ଶକୁନ୍ତଳା ଶତପଥୀ ବହୁ ବର୍ଷ ଧରି ସ୍ବାମୀ ପରିତ୍ୟକ୍ତା ଭାବେ ଜୀବନ ବିତାଉଛନ୍ତି । ମାଗି ଯାଚି ଜୀବନ ବିତାଉଛନ୍ତି । ନା ଘରଟିଏ ମିଳିପାରିଛି ନା ରାସନ କାର୍ଡ ଅଛି । ସରକାରୀ ଯୋଜନାରୁ ବଂଚିତ ଶକୁନ୍ତଳା ବିଭିନ୍ନ ସମୟରେ ନିଜ ପରିଜନଙ୍କ ଘରେ ଆଶ୍ରୟ ନେଉଛନ୍ତି । ଗତବର୍ଷ ରାସନ କାର୍ଡ ମାଧ୍ୟମରେ ଗୋଟିଏ ମାସ ଚାଉଳ ମିଳିଥିବା ବେଳେ ତା ପରଠୁ ଚାଉଳ ମିଳୁ ନଥିବା ବୃଦ୍ଧ ମହିଳା ଅଭିଯୋଗ କରିଛନ୍ତି । ସେ ରାଜ୍ୟ ଫୁଡ଼ କମିଶନକୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ଫୁଡ଼ କମିଶନ ଧର୍ମଶାଳା ବିଡ଼ିଓଙ୍କୁ ଏନେଇ ପଦକ୍ଷେପ ନେବା ପାଇଁ ଚିଠି କରିଥିଲେ ସୁଦ୍ଧା ବୃଦ୍ଧ ମହିଳା ଜଣଙ୍କ ବ୍ଲକ୍ ବିଡ଼ିଓଙ୍କୁ ବାରମ୍ବାର ଦେଖା କରିଥିଲେ ସୁଦ୍ଧା କୌଣସି ସୁବିଧା ବ୍ଲକ୍ ପ୍ରଶାସନ ପକ୍ଷରୁ ମିଳି ନଥିବା ଅଭିଯୋଗ କରିଛନ୍ତି । ଗରିବ ନିରାଶ୍ରୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଥିବାବେଳେ ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ଶକୁନ୍ତଳାଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.