Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କରୋନାକୁ ହରାଇ ଦେଲେ ୮୫ ବର୍ଷୀୟ ବୃଦ୍ଧା : ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାରେ ହେଲେ ସୁସ୍ଥ

13/05/2020 at 7:41 AM

ଭୁବନେଶ୍ୱର ୧୩ ।୦୫ : ବୟସ ୮୫ । ଓଜନ ମାତ୍ର ୨୨ କିଲୋ । କରୋନା ଆକ୍ରାନ୍ତ ଏହି ବୃଦ୍ଧାଙ୍କୁ ନେଇ ଅନେକ ଆଶଙ୍କା ଥିଲା । ପୃଥିବୀକୁ ଦୋହଲାଇ ଦେଇଥିବା ମାରାତ୍ମକ ମହାମାରୀ କରୋନା ଆକ୍ରାନ୍ତ କରିଥିଲା ଏହି ବୟସ୍କା ମହିଳାଙ୍କୁ । ହେଲେ ଖୁସିର ଖବର ହେଉଛି, ଦୀର୍ଘ ୧୨ ଦିନର ଲଢ଼େଇ ଲଢ଼ି ରାଜ୍ୟର ସବୁଠୁ ବୟସ୍କ ଏହି କରୋନା ଆକ୍ରାନ୍ତ ଯୁଦ୍ଧ ଜିତିଛନ୍ତି । ସେ ହରାଇଛନ୍ତି କରୋନାକୁ । ଏହାସହ ସମ୍‌ କୋଭିଡ୍‌ ହସ୍ପିଟାଲର ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ସଫଳ ହୋଇଛି ।

ବୟସ୍କ କରୋନା ଆକ୍ରାନ୍ତଙ୍କ ଜୀବନ ପ୍ରତି ବେଶି ବିପଦ ଥାଏ । ବୟସ୍କଙ୍କ ଚିକିତ୍ସା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ତେବେ ସମ୍‌ କୋଭିଡ୍‌ ହସ୍ପିଟାଲ ଡାକ୍ତରୀ ଦଳର ଅକ୍ଲାନ୍ତ ପରିଶ୍ରମ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉତ୍ତମ ସେବା ଯୋଗୁ କରୋନାକୁ ହରାଇ ନୂଆ ଜୀବନ ପାଇଛନ୍ତି ଏହି ବୃଦ୍ଧା । ୮୫ ବର୍ଷିୟା ଏହି ବୃଦ୍ଧାଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କରୋନା ଆତଙ୍କରେ ବିଚଳିତ ରାଜ୍ୟବାସୀଙ୍କୁ ଏହି ଖବର ବଡ଼ ଆଶ୍ୱସ୍ତି ଦେଇଛି । ଖାଲି ସେତିକି ନୁହେଁ, କୋଭିଡ୍‌ ଯୋଦ୍ଧାଙ୍କ ମନରେ ନୂଆ ଆଶା ଭରିଛି ଏହି ଘଟଣା ।

ଏଇ ଜଣେ ନୁହଁନ୍ତି, ସମ୍‌ କୋଭିଡ୍‌ ହସ୍ପିଟାଲରୁ ମୋଟ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆଜି ଡିସ୍‌ଚାର୍ଜ ହୋଇଛନ୍ତି । ଏଥିରେ ୩ ବର୍ଷ ବୟସର ଦୁଇଟି ଶିଶୁ ମଧ୍ୟ ରହିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷିୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । କୋଭିଡ୍‌ ହସ୍ପିଟାଲ ଆସିବା ଯାଏ ସେ ଜାଣିନଥିଲେ, ତାଙ୍କର ମଧୁମେହ ହୋଇଛି ବୋଲି । ତେବେ ହସ୍ପିଟାଲ ଆସିବା ପରେ ପରୀକ୍ଷା ହେବାରୁ ତାଙ୍କୁ ମଧୁମେହ ଥିବା ସେ ଜାଣିପାରିଥିଲେ । ତାଙ୍କର ମଧୁମେହ ସ୍ତର(ଖାଇବା ପୂର୍ବରୁ) ୪୦୦ରୁ ଅଧିକ ଥିଲା । ଏବେ ସେ କରୋନା ମୁକ୍ତ ହେବା ସହ ମଧୁମେହ ସ୍ତର ମଧ୍ୟ କମି ୧୦୦ ତଳକୁ ଆସିଛି । ସମ୍‌ କୋଭିଡ୍‌ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ ।

ସମ୍‌ କୋଭିଡ୍‌ ହସ୍ପିଟାଲରେ ୫୨୫ ବେଡ୍‌ ରହିଛି । ୫୦୦ ସାଧାରଣ ବେଡ୍‌ ଥିବାବେଳେ ୨୫ଟି ଆଇସିୟୁ ବେଡ୍‌ ରହିଛି । ସମ୍‌ କୋଭିଡ୍‌ ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଭିନ୍ନ ଏକ କ୍ୟାମ୍ପସରେ କାମ କରୁଛି । ୪ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଥିବା ବେଳେ ପଜିଟିଭ୍‌ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ଅଲଗା ଚିକିତ୍ସା କରାଯାଉଛି । ପଜିଟିଭ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନଥିବା ଓ ଗୁରୁତର ରୋଗୀଙ୍କୁ ଅଲଗା ଅଲଗା ମହଲାରେ ରଖି ଚିକିତ୍ସା କରାଯାଉଛି ।

ହସ୍ପିଟାଲରେ ୮୨ ଜଣ ଡାକ୍ତର ମୁତୟନ ହୋଇଛନ୍ତି । ଏଥିରେ ଭେଷଜ, ଶିଶୁ, ନିଶ୍ଚେତକ, ପଲ୍ୟୁମନାରୀ ମେଡିସିନ୍‌, ଜେନରାଲ୍‌ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନ୍‌ଟି ଓ ଚକ୍ଷୁ ବିଭାଗ ବିଶେଷଜ୍ଞ ରହିଛନ୍ତି । ଏମାନଙ୍କ ବାଦ୍‌ ସେବା କାର୍ଯ୍ୟରେ ୨୬୪ ଜଣ ନର୍ସ ନିୟୋଜିତ ହୋଇଛନ୍ତି । କୋଭିଡ ହସ୍ପିଟାଲରେ ମୁତୟନ ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିବେ । ପୁଣି ଆଉ ଏକ ୮୨ ଜଣିଆ ଦଳ ଡ୍ୟୁଟିକୁ ଆସିବେ । ତେବେ ଏହି ଡାକ୍ତର ମାନଙ୍କ ବାଦ୍‌ ସମ୍‌ ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି । ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ବରିଷ୍ଠ ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି । ଖାଲି ଚିକିତ୍ସା ନୁହେଁ, ରକ୍ତ ଓ ରେଡିଓଲୋଜି ପରୀକ୍ଷା ସୁବିଧା ମଧ୍ୟ ରହିଛି ଏହି ସ୍ୱତନ୍ତ୍ର ହସ୍ପିଟାଲରେ । ଏଠାରେ ବାୟୋକେମେଷ୍ଟ୍ରି ପରୀକ୍ଷା, ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ଇକୋ ପରୀକ୍ଷା ହୋଇପାରୁଛି । ଏ ସବୁ ସୁବିଧା ସ୍ୱତନ୍ତ୍ର ହସ୍ପିଟାଲରେ ରହିଛି ।
ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ହସ୍ପିଟାଲ ଆଖପାଖ ଅଞ୍ଚଳକୁ ସବୁଦିନ ସାନିଟାଇଜ୍‌ କରାଯାଉଛି । ଏହାବାଦ୍‌ ହସ୍ପିଟାଲ ଭିତରକୁ ପ୍ରତ୍ୟେକ ୬ ଘଣ୍ଟାରେ ଥରେ ସାନିଟାଇଜ୍‌ କରାଯାଉଛି । ଫ୍ଲୋର୍‌ ସହ ବେଡ୍‌ ରେଲିଂ, ଡୋର୍‌ ଓ ହାତ ପାଉଥିବା କାନ୍ଥ ମଧ୍ୟ ସାନିଟାଇଜ୍‌ ହେଉଛି ।

   Related Posts