Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

‘କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି, ଆଉ କେତେ ତୁ ମୋ ପରୀକ୍ଷା ନେବୁ’… କୋହଭରା କଣ୍ଠରେ ଏଭଳି କହିଲେ ଜଗା ଦର୍ଶନରୁ ବଞ୍ଚିତ ଲକ୍ଷ୍ମୀ

9/01/2021 at 3:06 PM

ପୁରୀ ୯।୧: ଆଜି ଏକାଦଶୀ। ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲାଣି। ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ… ଭୋ ଭୋ ହୋଇ କାନ୍ଦି କାନ୍ଦି ଏଭଳି କହୁଥିଲେ ଜଣେ ବୃଦ୍ଧା । କାଳିଆକୁ ଦେଖିବାକୁ ବ୍ୟାକୁଳ ହେଉଥିଲେ । ଏଭଳି ଦୃଶ୍ୟ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି ।

ଏ ବୃଦ୍ଧା ଜଣଙ୍କ ହେଉଛନ୍ତି ପୁରୀ ଗୌଡବାଡ ସାହିର ୭୦ ବର୍ଷ ବୟସ୍କା ଲକ୍ଷ୍ମୀ ଦେ। ଶନିବାର ବଡ ଏକାଦଶୀ ଅବସରରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ମଧ୍ୟ ପାଖରେ କରୋନା ରିପୋର୍ଟ ନଥିଲା। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ହାତ ଯୋଡି ପତିତପାବନଙ୍କୁ ଦର୍ଶନ କରୁଥିଲେ। ହେଲେ କାଳିଆ ଠାକୁର ତାଙ୍କୁ ପାଖକୁ ଡାକିଲା। ସିଂହଦ୍ବାର ସମ୍ମୁଖରେ ସୁରକ୍ଷା କର୍ମୀ ଥିଲେ ମଧ୍ୟ ସୁରକ୍ଷାବଳୟକୁ ଭେଦ କରି ସେ ସିଧା ଅରୁଣସ୍ତମ୍ଭ ପାଖରେ ପହଞ୍ଚିଥିଲେ।

କାଳିଆ ଦର୍ଶନ କରିବା ପାଇଁ ପୋଲିସ ଗୋଡତଳେ ପଡି ନେହୁରା ହୋଇଥିଲେ। ସିଂହଦ୍ବାରଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ତାଙ୍କୁ ଜେଟିପି ପୋଲିସ ଏବଂ ସିଂହଦ୍ବାର ଥାନା ଆଇଆଇସି ଅଟକାଇଥିଲେ। ଯାହା ଫଳରେ ଲକ୍ଷ୍ମୀ କାଳିଆ ଦର୍ଶନରୁ ବଞ୍ଚିତ ରହିଲେ। ଆଉ କହିଲେ କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି। ଆଉ କେତେ ତୁ ମୋର ପରୀକ୍ଷା ନେବୁ।

   Related Posts