ଝିଅ ଘରକୁ ଆସି ହଟହଟ୍ଟା ହେଲେ ରେଖା, ଭଦ୍ରକ ଷ୍ଟେସନରେ ୭ଦିନ ସ୍ବାସ୍ଥ୍ୟ ଶିବିରରେ ରହିବା ପରେ ଏବେ ଘରକୁ ଫେରିବାକୁ ମନେପଡୁନି ଠିକଣା

Published By : Prameya-News7 Bureau | May 06, 2021 IST

ଭଦ୍ରକ ୬।୫: କାରୋନା ମହାମାରୀ ବେଳେ ଟ୍ରେନ୍ ରେ ଆସି ହଜିଗଲେ ବୃଦ୍ଧା । କାରୋନା ଟେଷ୍ଟ ଭୟରେ ଦଉଡି ପଳାଇଲେ ସାଙ୍ଗରେ ଆସିଥିବା ଗାଁ ଲୋକେ । ବୃଦ୍ଧା ଜଣଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିବା ପରେ ଭୁଲିଯାଇଛନ୍ତି ଘର ଓ ଗନ୍ତବ୍ୟସ୍ଥଳୀର ଠିକଣା । ଏବେ ସ୍ଥାନୀୟ ମହିଳାଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବୃଦ୍ଧା ଜଣଙ୍କ ଅନୁରୋଧ କରିଛନ୍ତି ।

{"id":449123,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ରାଜ୍ୟର ନବଦୀପ, ବର୍ଦ୍ଧମାନ ଅଞ୍ଚଳର ପାଟୁଳିଆ ଗ୍ରାମର ବାସିନ୍ଦା ରେଖା ରାୟ । ସେ ନିଜ ଝିଅ-ଜ୍ଵାଇଁଙ୍କ ନିକଟକୁ ଓଡିଶା ଆସୁଥିଲେ । ପଶ୍ଚିମବଙ୍ଗରୁ ଆସୁଥିବାରୁ ଭଦ୍ରକ ଷ୍ଟେସନରେ ନିଜ ଗାଁ ଲୋକଙ୍କ ସହ ଓହ୍ଲାଇଥିଲେ । କିନ୍ତୁ କରୋନା ଟେଷ୍ଟିଙ୍ଗ ଭୟରେ ରେଖାଙ୍କୁ ଛାଡି ଅନ୍ୟ ଲୋକେ ଦଉଡି ପଳାଇଥିବା କହିଛନ୍ତି । ତେବେ ରେଖାଙ୍କୁ ସରକାରୀ ନିୟମ ଅନୁଯାୟୀ କାରୋନା ଟେଷ୍ଟ ପରେ ଓଲଙ୍ଗ ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଅପ୍ରେଲ ୨୮ ତାରିଖରୁ ରଖିବା ପରେ  ମେ’ ମାସ ୪ ତାରିଖରେ ଅବ୍ୟାହତି ଦିଆଯାଇଥିଲା । ତେବେ ରେଖା ସେଠାରୁ ଫେରିବା ପରେ ନିଜ ଗନ୍ତବ୍ୟସ୍ଥଳୀର ଠିକଣା ଭୁଲି ଯାଇଛନ୍ତି । ଭିନ୍ନ ଭିନ୍ନ ଠିକଣା ମଧ୍ୟ କହୁଛନ୍ତି । ତାଙ୍କର ଏମିତି ଅବସ୍ଥା ଦେଖି ବାଉଦପୁର ଗାଁ ନିର୍ମଳା ଦାସ ତାଙ୍କ ଘରେ ଆଶ୍ରୟ ଦେଇଛନ୍ତି । ରେଖା ନିଜ ଝିଅ ଓ ଜ୍ଵାଇଁଙ୍କ ନାମ ସିଲା ଓ ଅସିମ ବୋଲି କହୁଛନ୍ତି । ପାରାଦୀପର କେନାଲ ରୋଡ ନିକଟରେ ଝିଅ ଓ ଜ୍ଵାଇଁ ରହୁଥିବା କଥା କହୁଛନ୍ତି । କିନ୍ତୁ ସମ୍ପୃକ୍ତ ଠିକଣା ବିଷୟରେ ଯୋଗାଯୋଗ ହୋଇଥିଲେ ମଧ୍ୟ କୌଣସି ସଠିକ୍ ତଥ୍ୟ ମିଳି ପାରିନାହିଁ । ତେବେ ବୃଦ୍ଧା ଜଣଙ୍କ ନିଜ ଝିଅ ଓ ଜ୍ଵାଇଁଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.