ଶାଶୁଙ୍କୁ ପିଟିଲା ବୋହୂ ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଲେ ବୃଦ୍ଧା

Published By : Prameya-News7 Bureau | November 30, 2019 IST

ଭୁବନ ୩୦।୧୧: ହଜିଗଲା ମାନବିକତା । ଯେଉଁ ସମୟରେ ଶାଶୁଙ୍କ ସେବା ବୋହୂ କରିବା କଥା ସେହି ସମୟରେ ଶାଶୁଙ୍କୁ ଗାଳି ଗୁଲଜ କରିବା ସହିତ ହାତ ଉଠାଇ ମାଡ ମାରି ରକ୍ତାକ୍ତ କରିଦେଇଛି ବୋହୂ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା  ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ- ୩ରେ । ଗୋକୁଳ ତରାଇଙ୍କ ସ୍ତ୍ରୀ ୭୬ ବର୍ଷ ବୟସ୍କା ଝୁଣ୍ଟିଆ ତରାଇ ତାଙ୍କ ବୋହୂଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ।

{"id":191887,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଭୋର ସମୟରେ ଶାଶୁ ଝୁଣ୍ଟିଆ ଘର ଅଗଣାରେ ପରିସ୍ରା କରିବାକୁ ନେଇ ନାତୁଣୀଙ୍କ ସହିତ ବଚସା ହୋଇଥିଲା । ସେହି ସମୟରେ ଶୌଚ ସାରି ଘରକୁ ଫେରୁଥିବା ସାନ ବୋହୁ ଜାନକୀ ତରାଇ ହାତରେ ଧରିଥିବା ଢାଳରେ ଶାଶୁଙ୍କୁ ମାଡମାରିଥିଲା । ଏଥିରେ ଶାଶୁ ଝୁଣ୍ଟିଆଙ୍କର ଡାହାଣ ଆଖି ପତା ଫାଟିଯାଇଛି । ରକ୍ତାକ୍ତ ହୋଇ କୌଣସି ମତେ ବୃଦ୍ଧା ଜଣଙ୍କ ଭୁବନ ଥାନାର ଦ୍ବାରସ୍ତ ହୋଇଥିଲେ । ଭୁବନ ପୋଲିସ ବୃଦ୍ଧାଙ୍କୁ ଭୁବନ ଡାକ୍ତରଖାନାରେ ଚିକିତ୍ସିତ କରାଇବା ସହିତ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.