ଅନ୍ତିମ ସଂସ୍କାର କରିବାକୁ ଯାଉଥିଲେ, ଅଚାନକ କୋକେଇରୁ ଉଠି ବସିଲେ ମହିଳା...

Published By : Prameya-News7 Bureau | May 15, 2021 IST

ମହାରାଷ୍ଟ୍ର, ୧୫।୫: ମହାରାଷ୍ଟ୍ରର ବାରାମତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଅନ୍ତିମ ସଂସ୍କାର ବେଳେ ମୃତ ମହିଳା ଜୀବିତ ହୋଇ ଉଠି ଛିଡ଼ା ହୋଇଯିବା ଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିବା ଜଣାପଡିଛି l

ସୂଚନା ମୁତାବକ, ବାରାମତିରେ ରହୁଥିବା ଶକୁନ୍ତଳା ଗୟାକୱାଡ ନାମକ ଜଣେ ବୃଦ୍ଧ ମହିଳା କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ l ପରେ ସେ ଘରୋଇ ସଂଘରୋଧ ରେ ରହିଥିଲେ l ଅବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ଏକ ଗାଡ଼ିରେ ହସ୍ପିଟାଲକୁ ନେଇଥିଲେ l କିନ୍ତୁ ସେଠାରେ ତାଙ୍କୁ ବେଡ ମିଳିନଥିଲା l ସେ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଥିଲେ l ହେଲେ ମହିଳା ଜଣକ ସେଠାରେ ବେହୋସ ହୋଇଯାଇଥିଲେ l

ପରିବାର ଲୋକ ତାଙ୍କୁ ମୃତ ଭାବି ଅନ୍ତିମ ସଂସ୍କାରର ଆୟୋଜନ ପାଇଁ ବନ୍ଧୁବାନ୍ଧବଙ୍କୁ ଡକାଇଥିଲେ l ପରେ ତାଙ୍କୁ କୋକେଇରେ ମଶାଣିକୁ ନିଆଯାଉଥିଲା l କିନ୍ତୁ ସେ ଅଧା ବାଟରେ କୋକେଇରୁ ଉଠି କାନ୍ଦିବାକୁ ଲାଗିଲେ l ତାଙ୍କ ଆଖି ଖୋଲି ଯାଇଥିଲା l

ତେବେ ଏପରି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ସଂଗେସଂଗେ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ l ସେ ଏବେ ବାରାମତିର ସିଲଭର ଜୁବିଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.