Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର, ଜୁଇରେ ଜଳିବା ପୂର୍ବରୁ ଫେରିଆସିଲା ଜୀବନ, ପରେ ପୁଣି…

29/04/2021 at 6:19 PM

ରାଇପୁର ୨୯/୪:  ଡାକ୍ତର ମୃତ ଘୋଷଣା କରିବା ପରେ ବଞ୍ଚିଗଲେ ବୃଦ୍ଧା। ଜୁଇରେ ଜଳିଯିବା ଆଗରୁ ବୃଦ୍ଧା ଉଠିପଡ଼ିଥିଲେ। କଥାରେ ଅଛି ‘ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନନେଇ ପାରେ ଜନ୍ତୁରାଣ’। ଏହା ପଛରେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରାଯାଉଛି । ଡାକ୍ତରଖାନାରେ ବୃଦ୍ଧାଙ୍କୁ ପରୀକ୍ଷା ନକରି ଡାକ୍ତର ମୃତ ଘୋଷଣା କରିବା ପରେ ସେ ଜୁଇରୁ ଜୀଁ ଉଠିଥିଲେ । ଏହି ଘଟଣାଟି ଛତିଶଗଡ଼ ରାଜଧାନୀ ରାଇପୁରରେ ଘଟିଛି।

ରାଇପୁରର ସବୁଠୁ ବଡ଼ ହସ୍ପିଟାଲ ମେକାହାରାରେ ଡାକ୍ତର ୭୨ ବର୍ଷୀୟା ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଶବ ସତ୍କାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ବୃଦ୍ଧାଙ୍କୁ ଜୁଇରେ ଶୋଆଇବା ପରେ ସେ ଉଠି ପଡ଼ିଥିଲେ । ପରେ ପରିବାର ଲୋକେ  ତାଙ୍କୁ ହସ୍ପିଟାଲ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲର ଡାକ୍ତର ଯଦି ପୂର୍ବରୁ ସଠିକ୍‌ ଭାବେ ଯାଞ୍ଜ କରିଥାନ୍ତେ ତେବେ ବୃଦ୍ଧାଜଣଙ୍କ ବଞ୍ଚିଯାଇଥାନ୍ତେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଘଟଣାଟି ରାଇପୁରର ହୋଇଥିବା ବେଳେ ୭୨ ବର୍ଷୀୟା ବୃଦ୍ଧା ଲକ୍ଷ୍ମୀ ଅଗ୍ରଓ୍ବାଲ୍‌ ବୁଧବାର ଦ୍ବିପ୍ରହରରେ ବେହୋସ୍‌ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଂଗେସଂଗେ ମେକାହାର ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ଶ୍ମଶାନ ଘାଟ ନେଇଆସିଥିଲେ। ବୃଦ୍ଧାଙ୍କ ଶରୀରକୁ ଯେତେବେଳେ ଜୁଇକୁ ନିଆଗଲା ସେ ଉଠିପଡ଼ିଥିଲେ। ତାଙ୍କର ନିଶ୍ବାସ-ପ୍ରଶ୍ବାସ ମଧ୍ୟ ଚାଲିଥିଲା। ତରବରିଆ ଭାବେ ପରିବାର ଲୋକେ ପୁଣି ଥରେ ତାଙ୍କୁ ହସ୍ବିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ପୁଣି ଥରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

   Related Posts