Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ମହାନଦୀ ଭିତରେ ମନ୍ଦିର : ୧୧ ବର୍ଷ ପରେ ପୁଣି ଦିଶିଲା ଦଧିନଉତ୍ତି , ୧୯୩୩ର ପ୍ରଳୟଙ୍କାରୀ ବନ୍ୟାରେ ମନ୍ଦିରକୁ ମହାନଦୀ ବୁଡାଇଥିଲା

11/06/2020 at 1:22 PM

ନୟାଗଡ଼ ୧୧।୦୬: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀ ଗର୍ଭରେ ଏବେ କିଛି ଦିନ ହେଲା ଏକ ମନ୍ଦିରର ଦଧିନଉତ୍ତି ଦେଖାଦେଇଛି । ତେବେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ବୁଡି ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଫେବ୍ରୁଆରୀ ମାସ ବେଳକୁ ମନ୍ଦିରର ଚୁଳ ଭାଗଟି ସାମାନ୍ୟ ଦୃଶ୍ୟମାନ ହୋଇଥାଏ । ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ପାଣି ସ୍ତର ହ୍ରାସ ପାଇଥିବାରୁ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ ଦେଖାଯାଉଛି । ୧୧ ବର୍ଷ ତଳେ ଏହି ମନ୍ଦିର ମହାନଦୀ ଗର୍ଭରେ ଦୃଶ୍ୟମାନ ହୋଇଥିଲା ।

କିନ୍ତୁ ଏହି ମନ୍ଦିର ମହାନଦୀ ଗର୍ଭକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଧରିଥିବାବେଳେ ପଦ୍ମାବତୀ ଗ୍ରାମର ସମାଜସେବୀ ଶ୍ରୀକାନ୍ତ ସାହୁ ତାଙ୍କ ଜେଜେଙ୍କ ଠାରୁ ଶୁଣିଥିବା ଏହାର କିମ୍ବଦନ୍ତୀ ସଂପର୍କରେ ଆମ ପ୍ରତିନିଧିକୁ ସୂଚନା ଦେଇଥିଲେ । ଶ୍ରୀକାନ୍ତଙ୍କ ଜେଜେ ଦୀନବନ୍ଧୁ ସାହୁ ତାଙ୍କ ପିଲାଦିନେ ଏହି ମହାନଦୀ ଗର୍ଭରେ ବାସ କରୁଥିବା କହିଥିଲେ । ମହାନଦୀ ଆକାରରେ ବହୁତ ଛୋଟ ଥିଲା । ସେତେବେଳେ ମହାନଦୀ କୂଳରେ ବୋରେହୀ ନାମକ ଏକ ଗ୍ରାମ ରହିଥିଲା । କାଳ କ୍ରମେ ମହାନଦୀରେ ବନ୍ୟା ଆସି ମହାନଦୀ କୂଳ ଲଙ୍ଘି ବିରାଟ ରୂପ ନେବାରୁ ଉକ୍ତ ଗ୍ରାମଟି ୧୯୩୩ ମସିହାରେ ମହାନଦୀରେ ଲୀନ ହୋଇ ଯାଇଥିଲା । ବୋରେଇ ଗ୍ରାମର ଲୋକମାନେ ନିଜର ଘରଦ୍ୱାର ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ । ଯାହାକି ବର୍ତ୍ତମାନର ପଦ୍ମାବତୀ, ଯଶୋବନ୍ତପୁର, ଟିକିରିପଡ଼ା ଶାସନ, ରଗଡିପଡ଼ା, ସୁନାତଇଲା ଆଦି ଗ୍ରାମ । କେତେକ ପରିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି ।

ତେବେ, ମହାନଦୀ ଭିତରେ ରହିଥିବା ଏହି ମନ୍ଦିରଟି ରାଧାକୃଷ୍ଣ ମନ୍ଦିର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ୧୧ ବର୍ଷ ତଳେ ମହାନଦୀର ପାଣି କମି ଯାଇଥିବାରୁ ମନ୍ଦିରର ଦଧିନଉତି ଦେଖାଦେଇଥିଲା । ଏବେ ୪ଦିନ ହେଲା ମନ୍ଦିରର ଦଧିନଉତି ଦେଖାଦେଇଥିବାରୁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଏହା ଦେଖିବାକୁ ଆସୁଛନ୍ତି । ଏହି ପ୍ରଚୀନ ମନ୍ଦିର ପଞ୍ଚଦଶରୁ ଷୋଡ଼ଶ ଶତାଦ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଏଠାରେ ଗୋପୀନାଥ ଜିଉ ପୂଜା ପାଉଥିବା କୁହାଯାଉଥିବାବେଳେ ଏବେ ମନ୍ଦିରଟି ପଶ୍ଚିମକୁ ଢଳି ରହିଥିବା ଜଣାପଡିଛି । ମନ୍ଦିର ସମ୍ପର୍କରେ ପତ୍ନତତ୍ତ୍ୱ ବିଭାଗ ଅଧିକ ଅନୁସନ୍ଧାନ କରି ମନ୍ଦିରକୁ ଉଦ୍ଧାର କରିବାକୁ ଦାବି ହେଉଛି ।

   Related Posts