ବର୍ଷା ଆଶାରେ ନିଆଁ ମଝିରେ ବସି ତପସ୍ୟା କରୁଛନ୍ତି ୧୦୦ ବର୍ଷ ବୟସ୍କ ବୃଦ୍ଧ ସାଧୁ

Published By : Prameya-News7 Bureau | June 17, 2019 IST

ଲକ୍ଷ୍ମୀପୁର ୧୭/୬ : ଭୀଷଣ ଗରମ ଏବଂ ଖରା ଯୋଗୁଁ ଦେଶର ଉତ୍ତରାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ବିହାର, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଖରା ଏବଂ ଗରମରୁ ରକ୍ଷା ପାଇବା ପାଇଁ ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲା ଖିରିରେ ଜଣେ ସାଧୁ ନିଜ ମୁଣ୍ଡରେ ଏବଂ ନିଜ ଚାରିପାଖେ ନିଆଁ ଜଳାଇ ତପସ୍ୟା କରୁଛନ୍ତି ।

{"id":124048}

ପିପରା କରମଚାନ୍ଦ ଗାଁରେ ରହୁଥିବା ୧୦୦ ବର୍ଷ ବୟସ୍କ ବୃଦ୍ଧ ଲକ୍ଷ୍ମଣ ଦାସ ତ୍ୟାଗୀ ଲୋକଙ୍କ କଲ୍ୟାଣ ପାଇଁ ନିଜ ମୁଣ୍ଡ ଏବଂ ଚାରିପାଖେ ନିଆଁ ଲଗାଇ ତପସ୍ୟା କରୁଛନ୍ତି । ବର୍ଷା ଆଶାରେ ସାଧୁ ଏହିଭଳି କରିଛନ୍ତି । ଲୋକଙ୍କ କଲ୍ୟାଣ ପାଇଁ ସେ ଏହିଭଳି ତପସ୍ୟା କରୁଛନ୍ତି ବୋଲି କହିଛନ୍ତି ଲଖଣ ଦାସ ତ୍ୟାଗୀ । ବୃଦ୍ଧ ସାଧୁ ଖୋଲା ଆକାଶ ତଳେ ତପସ୍ୟା କରୁଥିବା ଖବରପାଇ ହଜାର ସଂଖ୍ୟକ ଲୋକ ତାଙ୍କୁ ଦେଖିବାକୁ ଆସିଥିଲେ ।

{"id":124049}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.