Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ରହସ୍ୟମୟୀ ହସ୍ତୀନାପୁରରୁ ଉଦ୍ଧାର ହୋଇଛି କୃଷ୍ଣାଣ ସଭ୍ୟତାର ପ୍ରାଚୀନ ଅବଶେଷ

2/09/2020 at 2:23 PM

ମେରଠ ୦୨/୦୯ : ମେରଠରେ ମା କାମାକ୍ଷା ସିଦ୍ଧ ପୀଠରୁ ପୁରାତନ ଅବଶୋଷ ମିଳିବା ପରେ ଅନୁସନ୍ଧାନକାରୀଙ୍କ ଖୁସିର ଠିକଣା ନଥିଲା | ମାଟି ଧସି ଯିବାରୁ ଏଠାରୁ ବହୁ ବର୍ଷ ପୁରୁଣା ମାଟିର ବାସନ, ଦୀପ, ମାଠିଆ ଆଦି ମିଳିଛି | ସମସ୍ତ ଅବଶୋଷକୁ ଏଏସଆଇ ହସ୍ତୀନାପୁର କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି | ନ୍ୟାଚୁରାଲ ସାଇନ୍ସ ଟ୍ରଷ୍ଟର ଚେୟାରମ୍ୟାନ ପ୍ରିୟଙ୍କ ଭାରତୀ କହିଛନ୍ତି ଯେ ମାଟି ପାତ୍ରର ଓଜନ ଏକ କିଲୋରୁ ଅଧିକ ରହିଛି | ସେ କହିଛନ୍ତି ଏହି ପାତ୍ରକୁ ସମ୍ଭବତଃ ପୂଜାପାଠରେ ବ୍ୟବହାର କରାଯାଉଥିଲା | ଏହାସହ ଆହୁରି କିଛି ବାସନ ଉଦ୍ଧାର ହୋଇଛି | ୧୯୫୦-୫୨ ମସିହାରେ ଖନନ ବେଳେ ଡ.ବିବି ଲାଲଙ୍କୁ ଓଲଟା ଟୀଲା ଓ ବୁଢ଼ୀ ଗଙ୍ଗା ନିକଟରୁ ପ୍ରଚୁର ମାତ୍ରାରେ ଅବଶେଷ ମିଳିଥିଲା | ଯାହାକୁ ଖ୍ରୀଷ୍ଟ ପୂର୍ବ ୧୧୦୦-୮୦୦ କାଳଖଣ୍ଡରେ ରଖାଯାଇଥିଲା | ଏହି ବାସନ ମହାଭାରତରେ ବର୍ଣ୍ଣିତ ଅନେକ ସ୍ଥାନରୁ ପ୍ରାପ୍ତ କରାଯାଇଥିଲା | ଏହିଭଳି ପାତ୍ର ପ୍ରଥମଥର ହସ୍ତୀନାପୁରରୁ ଉଦ୍ଧାର ହୋଇଛି ବୋଲି ପ୍ରିୟଙ୍କ କହିଛନ୍ତି |

ବାସନ କୃଷ୍ଣାଣ ସଭ୍ୟତାର ହୋଇଥାଇପାରେ ବୋଲି ପ୍ରିୟଙ୍କ କହିଛନ୍ତି | ଏହିସବୁ ପାତ୍ର ୧୦ ରୁ ୧୫ ବିଂଶ ଶତାବ୍ଦୀର ବାସନ ଭଳି ପ୍ରତୀତ ହେଉଛି | ଏ ସମ୍ବନ୍ଧରେ ପ୍ରିୟଙ୍କଙ୍କ ଅନୁସନ୍ଧାନ ଜାରି ରହିଛି | ଖୁବ ଶୀଘ୍ର ମନ୍ଦିରର ପୋୖରାଣିକତାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ | ମନ୍ଦିରର ପୁରାତାତ୍ଵିକ ମହତ୍ୱକୁ ନେଇ ଟ୍ରଷ୍ଟ ଦ୍ୱାରା ଏଏସଆଇଙ୍କୁ ଚିଠି ଲେଖାଯାଇଛି | ଅନୁସନ୍ଧାନରୁ ମିଳିଥିବା ସମସ୍ତ ଅବଶେଷ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ପାଣ୍ଡବ ଟୀଲାରେ ନିୟୋଜିତ କର୍ମଚାରୀ ଅରବିନ୍ଦ ରାଣାଙ୍କୁ ହସ୍ତାନ୍ତର କରାଯାଇଛି | ଅରବିନ୍ଦ ରାଣା କହିଛନ୍ତି ଯେ ପ୍ରାପ୍ତ ଅବଶେଷ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି |

ପ୍ରିୟଙ୍କ କହିଛନ୍ତି ଯେ, ଯଦି ସେଠାରେ ପୁଣି ଉତଖନନ ହୁଅ ତାହେଲେ ସେଠାରୁ ମହାଭାରତ କାଳର ଆହୁରି ଅବଶେଷ ମିଳିପାରେ | ମାଟି ଧସିବାରୁ ଅବଶେଷ ମିଳିଛି ବୋଲି ସେ କହିଛନ୍ତି | ଏଠାରେ ପୁଣି ଖନନ ହେଲେ ଆହୁରି ରହସ୍ୟ ଉପରୁ ପରଦା ଉଠିପାରେ | କିନ୍ତୁ ବର୍ତ୍ତମାନ ଖନନ ବନ୍ଦ ରଖାଯାଇଛି |

   Related Posts