Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

‘ମୋ ଦିନ ସରୁଛି,ତୋ ଦିନ ଆସୁଛି’ : ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ପ୍ରାଣ ହରାଇଲେ ବୃଦ୍ଧା

2/04/2020 at 2:23 PM

ବ୍ରସେଲ୍‌ସ ୦୨।୦୪: ୟୁରୋପୀୟ ଦେଶଗୁଡିକରେ କରୋନା ସଂକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ରୋଗୀମାନଙ୍କର ସଂଖ୍ୟା ଅଧିକ ହୋଇଥିବାରୁ ସେମାନଙ୍କର ଚିକିତ୍ସା କରିବାରେ ସମସ୍ୟା ଦେଖାଦେଇଛି । ବିଶେଷକରି ଗୁରୁତର ହୋଇପଡିଥିବା ରୋଗୀଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟରର ଅଭାବ ଦେଖାଦେଉଛି। ଏପରି ସ୍ଥିତିରେ କିଛି ବୟସ୍କ ରୋଗୀ ନିଜେ ଭେଣ୍ଟିଲେଟର ଲଗାଇବାକୁ ମନା କରିବା ସହିତ ତା’କୁ ଯୁବ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ଡାକ୍ତରମାନଙ୍କୁ କହୁଥିବାର ଘଟଣା ସାମ୍ନାକୁ ଆସିଛି । ଏପରି ବଦାନ୍ୟତା ଦେଖାଇ ସେମାନେ ନିଜେ ମୃତ୍ୟୁକୁ ଆପଣାଇ ନେଉଛନ୍ତି ।

ପୂର୍ବରୁ ଇଟାଲୀରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ବୟସ୍କ ପାଦ୍ରିଙ୍କ ପାଇଁ ଯୋଗାଡ କରାଯାଇଥିବା ଭେଂଟିଲେଟର ବ୍ୟବହାର କରିବାକୁ ସେ ମନା କରିଦେବା ସହିତ ତାଙ୍କ ପାଖରେ ଥିବା ଆଉ ଜଣେ ଯୁବ ରୋଗୀଙ୍କ ପାଇଁ ତାକୁ ବ୍ୟବହାର କରିବାକୁ ସେ କହିଥିଲେ । ଏହାଯୋଗୁ ସେ ନିଜେ ପ୍ରାଣ ହରାଇଥିଲେ । ଏବେ ବେଲ୍‌ଜିୟମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ୯୦ ବର୍ଷୀୟା ମହିଳା ସୁଜାନେ ହଇଲରେଟଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

ସେଠରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା । କିନ୍ତୁ ତାଙ୍କ ପାଇଁ ରଖାଯାଇଥିବା ଭେଂଟିଲେଟରକୁ ଅନ୍ୟ ଜଣେ ଯୁବ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ସେ ଡାକ୍ତରମାନଙ୍କୁ କହିଥିଲେ । ସୁଜାନେ ଡାକ୍ତରଙ୍କୁ ଜଣାଇଥିଲେ ଯେ ମୋର ଜୀବନ ଅତି ଆନନ୍ଦରେ କଟିଛି । ଏବେ ମୁଁ ମରିଗଲେ ବି ମୋର ଦୁଃଖ ନାହିଁ । ତେଣୁ ଏହି ଭେଂଟିଲେଟରକୁ କୌଣସି ଯୁବ ରୋଗୀଙ୍କ ଜୀବନ ବଂଚାଇବାକୁ ବ୍ୟବହାର କରାଯାଉ । ଏହାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସେ ଘରେ ଏକାକୀ ରହୁଥିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରୁଥିଲାବେଳେ କିପରି କରୋନା ଦ୍ୱାରା ସଂକ୍ରମିତ ହେଲେ ତା’କୁ ନେଇ ତାଙ୍କର ପରିବାର ଲୋକେ ବିସ୍ମିତ ହୋଇଛନ୍ତି ।

   Related Posts