Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ମାର୍ଚ୍ଚ ମାସରୁ ବନ୍ଦ ହୋଇଯିବ ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍ ! ଯୋଜନା କରୁଛି ଆରବିଆଇ

23/01/2021 at 4:49 PM

ନୂଆଦିଲ୍ଲୀ ୨୩।୦୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍‌କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି।

ଆରବିଆଇ ପାଇଁ ସମସ୍ୟା ୧୦ ଟଙ୍କିଆ ମୁଦ୍ରା

କାର୍ଯ୍ୟକ୍ରମରେ ବି. ମହେଶ କହିଛନ୍ତି, ୧୫ ବର୍ଷ ପରେ ମଧ୍ୟ ବ୍ୟବସାୟୀ ଏବଂ ସାଧାଣ ଜନତା ୧୦ ଟଙ୍କିଆ ମୁଦ୍ରାକୁ ସ୍ଵୀକାର କରୁ ନାହାନ୍ତି। ଏହି କାରଣରୁ ୧୦ ଟଙ୍କିଆ କୋଏନ ବ୍ୟାଙ୍କ ଏବଂ ଆରବିଆଇ ପାଇଁ ସମସ୍ୟା ପାଲଟିଛି। ୨୦୧୯ରେ ଆରବିଆଇ ହାଲୁକା ବାଇଗଣୀ ରଙ୍ଗର ୧୦୦ ଟଙ୍କିଆ ନୂତନ ନୋଟ୍ ଜାରି କରିଥିଲା। ଏହି ନୋଟ୍‌ର ପଛ ପାର୍ଶ୍ଵରେ ରାନୀ କା ଭାବ ଚିତ୍ର ରହିଛି। ଏହା ଏକ ଷ୍ଟେପଓ୍ଵେଲ୍ ରହିଛି, ଯାହା ଗୁଜରାଟର ପାଟନାରେ ସରସ୍ଵତୀ ନଦୀ କୂଳରେ ରହିଛି। ନୂତନ ନୋଟ୍ ଜାରି କରିବା ସମୟରେ ସମସ୍ତ ପ୍ରକାରର ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଜାରି ରହିବ ବୋଲି ଆରବିଆଇ କହିଥିଲା।

୨୦୧୬ରେ ଜାରି ହୋଇଥିଲା ୨୦୦୦ ଟଙ୍କିଆ ନୋଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ଵର ୮ରେ ଦେଶରେ ନୋଟ୍‌ବନ୍ଦୀ ଘୋଷଣା କରିଥିଲେ। ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ସେହି ସମୟରେ ପ୍ରଚଳିତ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ତତ୍କାଳ ପ୍ରଭାବରୁ ବନ୍ଦ ଘୋଷଣା କରିଥିଲେ। ଏହାର କିଛି ଦିନ ପରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଜାରି କରିଥିଲା।

ନୋଟ୍‌ବନ୍ଦୀ ପରଠୁ ଏ ପର୍ଯ୍ୟନ୍ତ ଆରବିଆଇ ଅଲଗା ଅଲଗା ମୂଲ୍ୟର ୭ ନୋଟ୍ ଜାରି କରି ସାରିଛି। ଏଥିରେ ୨୦୦୦, ୫୦୦, ୨୦୦, ୧୦୦, ୫୦, ୨୦ ଓ ୧୦ ଟଙ୍କିଆ ନୋଟ୍ ସାମିଲ। ଏହି ସବୁ ମହାତ୍ମା ଗାନ୍ଧୀଙ୍କ ସିରିଜ୍‌ର ନୋଟ୍। ସମସ୍ତ ବ୍ୟାଙ୍କ ନୋଟ୍‌ ପଛରେ ଐତିହାସିକ ସ୍ଥାନର ଫଟୋକୁ ସ୍ଥାନ ଦିଆଯାଇଛି।

   Related Posts