Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନ୍ୟାୟ ମାଗୁଛନ୍ତି ବୁଢ଼ୀ ମାଆ…..

12/11/2020 at 6:12 PM

ଉଦଳା୧୨/୧୧: ନ୍ୟାୟ ଅପେକ୍ଷାରେ ବସି ରହିଛନ୍ତି ବୁଢ଼ୀ ମାଆ। ପୁଅର ହତ୍ୟାକାରୀଙ୍କୁ ଯେପର୍ଯ୍ୟନ୍ତ ଦଣ୍ଡ ନ ମିଳିିଛି, ସେପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ବାସ ନେବେ ନାହିଁ ବୋଲି ପଣ କରିଛନ୍ତି। ଭଗବାନଙ୍କ ଏଭଳି ନିଷ୍ଠୁର ବିଚାର, ସେହି ବିଚାର ଭିତରେ ମୁଁ ପେଶି ହୋଇଗଲି । ଏଭଳି କହି ବାହୁନି ବାହୁନି କାନ୍ଦୁଛି ବେସାହରା ମାଆ । ପାଖରେ କେହି ନାହାନ୍ତି। ପରିଣତ ବୟସରେ ଆଜକୁ ଚାରି ବର୍ଷ ହେବ ପୁଅର ହତ୍ୟାକାଣ୍ଡର ନ୍ୟାୟ ମାଗି ଚାଲିଛି ମାଆ। ଆମେ କହୁଛୁ ଉଦଳା ଥାନା ନାଗପାଳର ସୁବାସିନୀ ବେହେରାଙ୍କ କଥା।

ଗତ ୨୦୧୬ ଜୁଲାଇ ୧୬ ତାରିଖରେ ଭୁବନେଶ୍ବରର ଡେଲଟା ଛକରେ ଥିବା ସାଇ ରେସିଡେନ୍ସି ଗେଷ୍ଟ ହାଉସରୁ ତାଙ୍କ ପୁଅ ଅକ୍ଷୟ ପୋଥାଳର ମୃତଦେହ ମିଳିଥିଲା । ସେତେବେଳେ ତାହା ବେଶ ଚର୍ଚ୍ଚ।ର ବିଷୟ ପାଲଟିଥିଲା। ଅକ୍ଷୟଙ୍କ ମାଆ ସୁବାସିନୀ ପୁଅର ମୃତ୍ୟୁ ଖବର ପାଇ ଭୁବନେଶ୍ବରରେ ପହଞ୍ଚି ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏ ନେଇ ପୋଲିସ୍ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ।

ଭୁବନେଶ୍ବର ଲୋଏର ପିଏମଜି ଠାରୁ ଆରମ୍ଭ କରି ଉଦଳା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଆଡେ ଧାରଣା ଦେଇଥିଲେ ସୁଦ୍ଧା କେହି ତାଙ୍କ ଦୁଃଖ ଶୁଣୁ ନାହାନ୍ତି। କେବଳ ପୁଅର ଫଟୋକୁ ସାଇତି ରଖି ତାହାକୁ ଧରି ଗୁମୁରି ଗୁମୁରି କାନ୍ଦୁଛି। ସୁବାସିନୀ ପାଖରେ ଆଉ କେହି ନାହାନ୍ତି। ପ୍ରଶାସନ, ପୋଲିସ୍, ସରକାର ଏପରି କି ଭଗବାନଙ୍କ ଉପରୁ ତାଙ୍କର ଭରସା ଉଠିଗଲାଣି । ହେଲେ ତଥାପି ନ୍ୟାୟ ଆଶାରେ ସୁବାସିନୀ। ପୁଅ ମୃତ୍ୟୁର ନ୍ୟାୟ ପାଇବା ପାଇଁ ଚାରି ବର୍ଷ ହେବ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ବୁଢ଼ୀ ମାଆ। 

   Related Posts