ରାୟଗଡାରେ ମାତିଛନ୍ତି ପ୍ରାଚୀନ କିର୍ତ୍ତୀରାଜି ଲୁଟେରା ଓ ହୁଣ୍ଡିଚୋର, ପୋଲିସ ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା

Published By : Prameya-News7 Bureau | October 25, 2019 IST

ରାୟଗଡା ୨୫|୧୦: ରାୟଗଡା ଜିଲ୍ଲାରେ ଅସୁରକ୍ଷିତ ହେ।ଇପଡିଛି ପ୍ରାଚୀନ କିର୍ତ୍ତୀରାଜି । ସୁରକ୍ଷା ଅଭାବରୁ ମନ୍ଦିର ଗୁଡିକୁ ଟାର୍ଗଟ୍ କରୁଛନ୍ତି ଦୁର୍ବୃତ୍ତ । ଦେବାଦେବୀଙ୍କ ବିରଳ ମୂର୍ତ୍ତି ଚେ।ରି କରିବା ସହ ଦାନ ହୁଣ୍ଡିକୁ ବି ଛାଡୁନାହାନ୍ତି । ଧିରେ ଧିରେ ମନ୍ଦିର ଗୁଡିକ ଶ୍ରୀହିନ ପାଲଟୁଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା ।

{"id":174680}

ସଙ୍କଟରେ ରାୟଗଡା ଜିଲ୍ଲାର ଐତିହାସିକ କିର୍ତ୍ତିରାଜି ।ସୁରକ୍ଷା ଅଭାବରୁ ଚେ।ର, ଖଣ୍ଟଙ୍କ ଟାର୍ଗଟ୍ ପାଲଟିଛି ପୁରାତନ ମଠ, ମନ୍ଦିର । ଜିଲ୍ଲାରେ ପାତାଳେଶ୍ବର ଓ ଦକ୍ଷିଣକାଳୀ ମନ୍ଦିର, ନୀଳକଣ୍ଠେଶ୍ବର ମନ୍ଦିର, ମଝିଘରିଆଣୀ, ବାଲୁଙ୍କେଶ୍ବର, ରାଧାକାନ୍ତ, ପାଇକପଡା ଓ ହାତୀଖମ୍ବ ମନ୍ଦିରରୁ ଲଗାତାର ଚେ।ରି ହେଉଛି ।

{"id":174681}

ମନ୍ଦିର ଗୁଡିକରୁ ଚେ।ରି ହେଉଛି ଦୂର୍ମୂଲ୍ୟ ବିରଳ ମୂର୍ତି । କିଛି ମାସ ତଳେ ମା' କଙ୍କାଳି ମୂର୍ତି ସହ ଦକ୍ଷିଣ କାଳୀଙ୍କ ରୂପା ମୁକୁଟ ଓ ଜିଭ ନେଇଯାଇଥିଲେ ଦୁର୍ବୃତ୍ତ । ସେହିଭଳି ଲଗାତାର ଭାବେ ଗୁପ୍ତ ଅବସ୍ଥାରେ ଥିବା ଶିବ ଲିଙ୍ଗ ଓ ବିଷ୍ଣୁ ପ୍ରତିମା ଗୁଡ଼କି ମଧ୍ୟ ଚୋରି ହେଉଛି । ଦାନ ହୁଣ୍ଡିକୁ ବି ଛାଡୁନାହାନ୍ତି ଲୁଟେରା ଗ୍ୟାଙ୍ଗ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଐତିହାସିକ ଓ ଗବେଷକ ।  

{"id":174682}

ଜିଲ୍ଲା ସଦରମହକୁମା ଠାରୁ ମାତ୍ର ଅଳ୍ପ ଦୂରରେ ସବୁଜ ବନାନୀ ମଧ୍ୟରେ ରହିଛି ପ୍ରାଚୀନ ମନ୍ଦିର । ଯେଉଁଠି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଯାହା ଲୁଟେରାଙ୍କ ପାଇଁ ସୁବର୍ଣ୍ଣସୁଯେ।ଗ ।ତେବେ ଗୁରୁବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ରାୟଗଡା ଗସ୍ତ ବେଳେ ଏନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ।

{"id":174683}

ଇତିହାସ ବହନ କରୁଥିବା  କୀର୍ତିରାଜୀ ଗୁଡିକର ସୁରକ୍ଷା ପାଇଁ ପ୍ରଶାସନିକ ପଦକ୍ଷେପ ଜରୁରୀ । ନଚେତ ଆଉକିଛି ବର୍ଷ ପରେ ଇତିହାସର ମୁକସାଖି ହୋଇ ରହିଯିବ ଏସବୁ ବିରଳ କିର୍ର୍ତ୍ତିରାଜୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.