୨୦ଫୁଟ ପାଣି ଖାତକୁ ୪ ବର୍ଷର ଶିଶୁକୁ ପିଙ୍ଗିଦେଲେ ବୃଦ୍ଧ

Published By : Prameya-News7 Bureau | January 30, 2019 IST

ସୋର ୩୦|୧: ପାଣି ଖାତକୁ ୪ ବର୍ଷର ଶିଶୁକୁ ଫିଙ୍ଗିଦେଲେ ବୁଦ୍ଧ । ପାରିବାରିକ କଳହରୁ ବୃଦ୍ଧ ଜଣକ ୪ବର୍ଏଷର ଶିଶୁକୁ ୨୦ଫୁଟ ପାଣି ଖାତ ଭିତରକୁ ଫିଙ୍ଗିଦେଇଛନ୍ତି । ପାଣିରେ ପଡିଥିବା ଶିଶୁକୁ ଚାରି ନାବାଳକ ଉଦ୍ଧାର କରିଛନ୍ତି । ଶିଶୁର ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା ମହୁ ମୁହାଣ ଗୁଡିଖାଳ ଗାଁର ତପନ କଟୁଆଳଙ୍କ ଚାରି ବର୍ଷ ପୁଅ ଲାଲ ମୋହନକୁ ସେହି ଗାଁର ମାଗୁଣି ନାୟକ ଆଜି ଦିନ ୧୧ଟା ବେଳେ ୨୦ ଫୁଟ ଗଭୀର ପାଣି ଖାତକୁ ଫୋପାଡି ଦେଇଥିଲା। ଗାଁର ଚାରି ଜଣ ନାବାଳକ ଲାଲମୋହନକୁ ଅଚେତ ଅବସ୍ଥାରେ ପାଣିରୁ ଉଦ୍ଧାର କରିଛନ୍ତି । ପରେ ଲାଲ ମୋହନକୁ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ବୃଦ୍ଧ ଜଣଙ୍କ ପାରିବାରିକ କଳହ କାରଣରୁ ଏପରି କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.