ମିଷ୍ଟର ୪୨୦ : ନକଲି ଦେଇ ଲକ୍ଷାଧିକ ଟଙ୍କାର ଅସଲି ଗହଣା ଠକି ନେଲେ ବୃଦ୍ଧ , ସିସିଟିଭି ଦେଖି ଖୋଜୁଛି ପୋଲିସ
26/11/2020 at 3:38 PM

କରଞ୍ଜିଆ ୨୬।୧୧: ଅଭିନବ ଉପାୟରେ ସୁନା ଲୁଟ୍। ନକଲି ସୁନା ବଦଳ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ।
ନୂତନ ଭାବେ ଖୋଲିଥିବା ଓମ୍ ମା’ ମଙ୍ଗଳା ଜୁଏଲାରୀରୁ ଗତ ଶୁକ୍ରବାର ଦିନ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ନକଲି ସୁନା ଚେନକୁ ବଦଳ କରି ପ୍ରତି ବଦଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ସୁନା ଗହଣା ସାମଗ୍ରୀ ଦୋକାନରୁ ନେଇ ଚମ୍ପଟ ମାରିଛନ୍ତି । ଏନେଇ ଦୋକାନ ମାଲିକ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଦୋକାନ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ବୃଦ୍ଧଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021