ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ବୁଦ୍ଧି ଯୋଗୁଁ କାଓ କେଚରରେ ଫସିଲେ ବୃଦ୍ଧ

Published By : Prameya-News7 Bureau | December 05, 2018 IST

ସୋରୋ ୫/୧୨ : କାଓ କେଚରରେ ଫସିଲେ ବୃଦ୍ଧ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ନିତୀ ଯୋଗୁ ବୃଦ୍ଧ ଜଣକ ଦୁଇ ଘଣ୍ଟା କଷ୍ଟ ପାଇଲେ। ସୋର ଡାକ୍ତରଖାନାକୁ ସକାଳେ କୁକୁର କାମୁଡା ଇଂଜେକ୍ସନ ନେବାକୁ ସୋର ମ୍ୟୁନିସିପାଲଟି ଲିଙ୍ଗପଡା ଗ୍ରାମର ଗୟାଧର ପ୍ରଧାନ ଆସିଥିଲେ। ଡାକ୍ତରଖାନା ସମ୍ମୁଖରେ ଥିବା କାଓ କେଚରରେ ତାଙ୍କ ଗୋଡ ଫସି ଅଟକି ଯାଇଥିଲା। ଗୟାଧର ଙ୍କ ଗୋଡ କାଓ କେଚରରେ ଫସିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ କୁକର୍ମ ଖବର ଦେବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ଯାସ କଟରରେ କାଓ କେଚରରେ କାଟି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାଙ୍କ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ଘଟଣା ଘଟିଥିବାର ସାଧାରଣରେ ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.