ଇଣ୍ଟରନେଟ୍‌ ସ୍ପିଡ୍‌ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨: ବୃଦ୍ଧଙ୍କ ଇଣ୍ଟେରନେଟ୍‌ ପ୍ରେମ। ୯୦ ବର୍ଷୀୟ ବୃଦ୍ଧ ‘ନେଟଫ୍ଲିକ୍ସ’ ଦେଖିବାକୁ ପାଗଳ। କିନ୍ତୁ ଭିଡିଓ ଦେଖିବାକୁ ହେଲେ ଇଣ୍ଟରନେଟର ଆବଶ୍ୟକତା ରହିଛି। ଧିମା ଇଣ୍ଟରନେଟ୍‌ରେ ଏଚ୍‌ଡି ଭିଡିଓ ଦେଖବା ବି ସମ୍ଭବ ନୁହେଁ। ସେହିଭଳି ବୃଦ୍ଧଜଣଙ୍କ ଧିମା ଇଣ୍ଟେରନେଟ୍‌କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିନବ ଉପାୟରେ ଅଭିଯୋଗ କରିଛନ୍ତି । ଯାହାକି ଖୁବ ଭାଇରାଲ ହେଉଛି।

କାର୍ଲିପର୍ଣ୍ଣିଆର ହଲିଉଡ୍‌ରେ ରୁହନ୍ତି ୯୦ ବର୍ଷୀୟ ଆରୋନ ଏପଷ୍ଟିନ୍‌। ଧିମା ଇଣ୍ଟରନେଟ୍‌କୁ ନେଇ ଅଭିଯୋଗ କରିବା ପାଇଁ ସେ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ହଁ, ଆପଣଙ୍କୁ ଲାଗିପାରେ ଏହା ଏକ ଅଭିନବ ଉପାୟ। କିନ୍ତୁ ତାଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବିଜ୍ଞାପନ ପାଇଁ ଆରୋନ ୧୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା) ଖର୍ଚ୍ଚ କରିଛନ୍ତି।

wp:gallery {"ids":[413092],"linkTo":"none"} /wp:gallery

ଆରୋନ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଇଣ୍ଟରନେଟ ଯୋଗାଉଥିବା କମ୍ପାନୀ ଏଟି ଆଣ୍ଟ ଟିର ସିଇଓଙ୍କୁ ଅଭିଯୋଗ କରିଛନ୍ତି । ‘ଦ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ’ରେ ଦେଇଥିବା ବିଜ୍ଞାପନ ମାଧ୍ୟମରେ ଜାନୁଆରୀ ୨୦୨୧ରୁ ଧିମା ଇଣ୍ଟରନେଟର ଶିକାର ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଏହା ସହ ପାଖାପାଖି ଦୁଇ ମାସ ହେଲା ୩ ଏମବିପିଏସ୍‌ରୁ ଅଧିକ ସ୍ପିଡ୍‌ରେ ଇଣ୍ଟରନେଟ୍‌ ଚାଲୁନାହିଁ। ଦେଶର ଅନ୍ୟ ସ୍ଥାନରେ କମ୍ପାନୀ ୯୦୦ ଏମବିପିଏସ୍‌ର ଇଣ୍ଟରନେଟ୍‌ ଅଫର କରୁଥିବା ବେଳେ ତାଙ୍କୁ କାହିଁକି ଧିମା ଇଣ୍ଟରନେଟ୍‌ କନେକ୍ସନ ମିଳିଛି ସେନେଇ ମଧ୍ୟ ବିଜ୍ଞାପନ ମାଧ୍ୟମରେ ବର୍ଷିଛନ୍ତି ଆରୋନ ଏପଷ୍ଟିନ୍‌।

wp:embed {"url":"https://twitter.com/raju/status/1356958555824414721","type":"rich","providerNameSlug":"twitter","responsive":true,"className":""}
https://twitter.com/raju/status/1356958555824414721
/wp:embed

ଏହା ସହ ବିଜ୍ଞାପନରେ ଆହୁରି ଉଲ୍ଲେଖ ରହିଛି ଯେ, ‘ଏଟି ଆଣ୍ଟ ଟିକୁ ବାରମ୍ବାର କଲ କରିଚାଲିଛି। କେବେ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ିବ ପଚାରିଥିଲି। ସେମାନେ କହୁଛନ୍ତି ଆସିବ ଆସିବ।’ ତେବେ ଏନେଇ ବୃଦ୍ଧ ଜଣଙ୍କ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେବେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବା ପରେ କମ୍ପାନୀର କର୍ମଚାରୀ ଆରୋନ ଏପିଷ୍ଟିନ୍‌ଙ୍କ ଘରେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.