ହଜିଗଲା ମାନବିକତା : ବୃଦ୍ଧ ବାପାଙ୍କୁ ଅଳିଆ ଗଦାରେ ଶୁଆଇଦେଲେ ଝିଅ ! ଅସହାୟ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | July 16, 2021 IST

ଡେଲାଙ୍ଗ ୧୬।୭: ମାନବିକତା ହରାଇଲେ ଝିଅ । ନିଜ ବାପାଙ୍କୁ ଏମିତି ଅସହାୟ ଅବସ୍ଥାରେ ବାଡିପଟେ ଅଳିଆ ଗଦାରେ ଶୁଆଇ ଦେଲେ । ଏଭଳି ଦୃଶ୍ୟ ଦେଖିଲେ କାହା ଆଖିରେ ବି ଲୁହ ଆସିଯିବ । ଏହାକୁ ଦେଖିଲେ ନିଜ ସନ୍ତାନ ସନ୍ତତିଙ୍କ ଉପରେ ବାପା-ମା’ଙ୍କର ଭରସା ତୁଟିଯିବ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଘରଡିଆ ପଞ୍ଚାୟତ ଘନିପୁର କୁଣ୍ଡ ସାହିରେ ଘଟିଛି ଏଭଳି ଘଟଣା ।

ପୁଅ ହେଉ କି ଝିଅ, ବାପା-ମା’ ଆଶା କରିଥାନ୍ତି ବୟସର ଅପରାହ୍ନରେ ଟିକେ ସାହାରା ଦେବ ଆଉ ସେବା କରିବ । ଏଠି ଏଭଳି ଦୃଶ୍ୟ ଦେଖିଲେ ଜଣେ ଭାବିବାକୁ ବାଧ୍ୟ ହେବ ଯେ ମଣିଷ ସମାଜରେ ମାନବିକତା ହିଁ ଆଉ ନାହିଁ । ଏଭଳି ଦୃଶ୍ୟ ଦେଖିଲା ପରେ ଡେଲାଙ୍ଗ ପୋଲିସ ଓ ସ୍ବେଚ୍ଛାସେବୀ ସଂଗଠନର ଲୋକେ ରାତି ୪ଟାରେ ଉଦ୍ଧାର କରି ପୁରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.