କରୋନା ଭୟରେ ଗାଁରେ ପୁରାଇଦେଲେନି ଗ୍ରାମବାସୀ, ଡଙ୍ଗାରେ ନିଜକୁ କ୍ୱାରେଣ୍ଟାଇନ୍ କଲେ ବୃଦ୍ଧ

Published By : Prameya-News7 Bureau | April 03, 2020 IST

ମାଲଦା ୩।୪: ପଶ୍ଚିମବଙ୍ଗର ମାଲଦାଠାରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଡଙ୍ଗାରେ ରହିବାକୁ ବାଧ୍ୟ ହୋଇଛନ୍ତି । ବୃଦ୍ଧ ଜଣଙ୍କ ଗତ ଚାରି ଦିନ ଧରି ଡଙ୍ଗାରେ ରହୁଛନ୍ତି । ଗ୍ରାମବାସୀ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଛନ୍ତି । ଡାକ୍ତର ତାଙ୍କୁ ୧୪ ଦିନ ଅଲଗା ରହିବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ବୃଦ୍ଧ ଜଣଙ୍କ ଡଙ୍ଗାକୁ ତାଙ୍କ ଘର କରିଛନ୍ତି । ଏଭଳି ଘଟଣା ମାଲଦା ଜିଲ୍ଲାର ଘଟିଛି । ନାଦିଆ ଜିଲ୍ଲାର ନବଦ୍ବୀପ୍ ନିବାସୀ ବୃଦ୍ଧ ହବିପୁର ବ୍ଲକର ଡୋବାପାରା ଅଞ୍ଚଳରେ ଏକ ଡଙ୍ଗାରେ ରହୁଛନ୍ତି ।

ବୃଦ୍ଧ ଜଣଙ୍କ କହିଛନ୍ତି, ‘କରୋନା ଭାଇରସ୍ ଆରମ୍ଭ ହେବା ପରେ ମୋତେ ଜ୍ବର ହୋଇଥିଲା । ଗ୍ରାମବାସୀ ମୋତେ ଗାଁ ଭିତରକୁ ଯିବାକୁ ଅନୁମତି ଦେଲେନାହିଁ ଏବଂ ତା’ପରେ ମୁଁ ଡଙ୍ଗାରେ ରହିବାକୁ ଚିନ୍ତା କଲି। ସ୍ଥାନୀୟ ଡାକ୍ତର ମୋତେ ୧୪ ଦିନ ଅଲଗା ରହିବାକୁ ପରାମର୍ଶ ଦେବା ପରେ ହିଁ ମୁଁ ଏହା କରିବାକୁ ସ୍ଥିର କଲି ।

ନିକଟରେ ବୃଦ୍ଧ ଜଣଙ୍କ ହାବିପୁରର ତାଙ୍କର ଜଣେ ସମ୍ପର୍କୀୟଙ୍କ ନିକଟକୁ ଯାଇଥିଲେ । ପରେ ସେ କିଛି ଶାରୀରିକ ସମସ୍ୟା ଅନୁଭବ କଲେ ଏବଂ ସ୍ଥାନୀୟ ଡାକ୍ତର ତାଙ୍କୁ ୧୪ ଦିନ ଅଲଗା ରହିବାକୁ କହିଥିଲେ । ଗ୍ରାମବାସୀ ଏ ବିଷୟରେ ଜାଣିବାକୁ ପାଇଲା ପରେ ସେମାନେ ତାଙ୍କୁ ଗାଁ ଭିତରକୁ ଯିବାକୁ ଦେଇ ନଥିଲେ । ଫଳରେ ବୃଦ୍ଧ ଜଣଙ୍କ ଡଙ୍ଗାରେ ରହିବାକୁ ବାଧ୍ୟ ହୋଇଥିଲେ ।

ଏହି ଅଞ୍ଚଳରେ ରହୁଥିବା ଜଣ ବ୍ୟକ୍ତି କହିଛନ୍ତି ଯେ, ଆମେ ତାଙ୍କ ପାଇଁ ବ୍ୟବସ୍ଥା କରିଛୁ । ଆମେ ତାଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ସାମଗ୍ରୀ ଯୋଗାଇ ଦେଉଛୁ । ଏ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କତା ଅବଲମ୍ବନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.