ସପ୍ତାହେ ହେବ ମିଳୁନି ବରିଷ୍ଠ ନାଗରିକଙ୍କ ପତ୍ତା, ପୋଲିସ୍‌ରେ ନିଖୋଜ ମାମଲା, ଚିନ୍ତାରେ ପରିବାର

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର, ୦୨/୧୦: ଖାଇପିଇ ଶୋଇଥିଲେ । ଅପରାହ୍ନରେ ଉଠି ବାହାରକୁ ଗଲେ । କିନ୍ତୁ ୭ ଦିନ ହେବ ମିଳୁନି ଖୋଜଖବର । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମେଶ୍ୱର ମାର୍ଗ ଅଞ୍ଚଳର ଅଧିର ଚରଣ ପରିଡ଼ା ନିଖୋଜ ନେଇ ପରିବାର ବର୍ଗ ଚିନ୍ତାରେ । ୬୨ ବର୍ଷୀୟ ଅଧିର ଚରଣ ପରିବାର ସହ ଭୀମେଶ୍ୱର ମାର୍ଗର ପ୍ଲଟ ନଂ, ୪୮ୟ୧୨୭୮ରେ ରୁହନ୍ତି । ପୂର୍ବରୁ ବ୍ୟବସାୟ କରୁଥିବା ଅଧିର ଚରଣ କିଛି ବର୍ଷ ହେବ ତାହା ବନ୍ଦ କରିଦେଇଥିଲେ । ସେ ପତ୍ନୀ, ପୁଅ ଓ ଝିଅ ସହ ରହୁଥିଲେ । ଗତ ୨୭ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରୁ ବାହିରିଥିଲେ । ସାଧାରଣ ଭାବରେ ଘରୁ ବାହାରିଥାନ୍ତି ଏବଂ କାମ ସାରି ପୁଣି ଘରକୁ ଫେରି ଆସନ୍ତି । କିନ୍ତୁ ସେ ୨୬ ତାରିଖଠାରୁ ଆଉ ଘରକୁ ଫେରି ନାହାନ୍ତି । ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଏନେଇ ଏକ ନିଖୋଜ ଅଭିଯୋଗ ସହ ତାଙ୍କୁ ଠାବ କରାଯିବା ଲାଗି ଅନୁରୋଧ କରାଯାଇଛି ।

ତେବେ ୭ ଦିନ ପରେ ବି ଅଧିର ଚରଣଙ୍କ ପତ୍ତା ମିଳିନି । ସ୍ଥାନୀୟ କିଛି ସିସିଟିଭି ଫୁଟେଜ୍‌ରୁ ଅଧିର ଘରୁ ବାହାରି ରାସ୍ତାରେ ଚାଲିଚାଲି ଯାଉଥିବାର ଫୁଟେଜ୍‌ ମିଳିଛି । ୫ ଫୁଟ ୫ ଇଞ୍ଚ ଉଚ୍ଚତାର ଅଧିର ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବା ବେଳେ ହାତରେ ଏକ ଛତା ଓ ବ୍ୟାଗ୍‌ ଧରିଥିବା ଦେଖାଯାଉଛି । ସେ ଚାଲିଚାଲି ଯାଇ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍‌ରେ ଚଢ଼ିଥିବା କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପରିବାର ସୂଚନା ପାଇଥିବା କହିଛନ୍ତି । କିନ୍ତୁ ତା ପରଠୁ ଅଧିରଙ୍କ ଖୋଜ ଖବର ନାହିଁ । ସେ ଘରୁ ଯିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇ ନଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ତେବେ ସେ ଏଟିଏମ୍‌ କାର୍ଡ ନେଇଥିଲେ ହେଁ ତାହାର ବ୍ୟବହାର କରିନାହାନ୍ତି ।

ବାପାଙ୍କ ଚିନ୍ତାରେ ପୁରା ପରିବାର ପୋଲସ୍‌ର ସହାୟତା ଲୋଡ଼ିବା ସହିତ କେହି ସହୃଦୟ ବ୍ୟକ୍ତି ଅଧିର ଚରଣଙ୍କ ସୂଚନା ପାଇଲେ ଫୋନ୍‌ ନମ୍ୱର ୮୨୪୯୨୩୯୬୪୩ (8249239643-sudhansu sekhar parida) କିମ୍ୱା ୭୦୦୮୯୪୫୨୮୮ ୯ (7008945288-madhusmita parida) ରେ ଯୋଗାଯୋଗ କରିବାକୁ ଅଧିର ଚରଣଙ୍କ ପୁଅ ସୁଧାଶୁ ଶେଖର ପରିଡା଼ ନିବେଦନ କରିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.