ପାଟଣା୧୧/୧୦: ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଧୋଇବା ବେଳେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଖୁଣ୍ଟପଡା ଗ୍ରାମର ଦିଗାମ୍ବର ବାରିକ୍। ମିଳିଥିବା ସୂଚନା ମୁତାବକ, ବୃଦ୍ଧଙ୍କ ଜଣଙ୍କ ଗାଧୋଇବା ବେଳେ ଗୋଡ଼ ଖସି ଯାଇଥିଲା। ପୋଖରୀରେ ଅଧିକ ପାଣି ଥିବାରୁ ସେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ମୃତ ବୃଦ୍ଧଙ୍କ ଶବ ବ୍ୟବଚ୍ଛେଦ ଲାଗି ତାଙ୍କ ମର ଶରୀରକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା : ବଡଚଣା...