ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ କଡରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | October 24, 2018 IST

ପୁରୀ ୨୪|୧୦: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ କଡରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି । ଚନ୍ଦନପୁର ସିଡି ଛକରେ ବୃଦ୍ଧଙ୍କୁ ଅତି ଅମାନୁଷିକ ଭାବେ ଖଣ୍ଡ ଖଣ୍ଡ କରି ହାଣିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଶରତ ସାହୁ । ସିଡି ଛକରେ ତାଙ୍କର ଏକ ୱେଲ୍ଡିଂ ଦୋକାନ ଅଛି । ଗତକାଲି ରାତି ୧୦ଟାରେ ସେ ଦୋକାନ ବନ୍ଦ କରୁଥିବା ବେଳେ ତାଙ୍କୁ ଅତର୍କିତ ଆକ୍ରମଣ ହୋଇଥିଲା । ରାସ୍ତା ଉପରେ ତାଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଶରତଙ୍କ କାନ୍ଧ, ମୁଣ୍ଡ ଓ ବେକରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ସେ ଛଟପଟ ହେଉଥିବା ବେଳେ ଆଖପାଖ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶରତଙ୍କୁ ହତ୍ୟା ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । କୁମ୍ଭାରପଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।  ଶରତଙ୍କ ସ୍ତ୍ରୀ କହିବା ଅନୁଯାୟୀ, ଗତ ସୋମବାର କିଛି ଯୁବକ ଶରତଙ୍କ ପାଖରେ ଗାଡି ୱେଲ୍ଡିଂ କରିଥିଲେ । ହେଲେ ମଜୁରୀକୁ ନେଇ ପାଟିତୁଣ୍ଡ ହୋଇଥିଲେ । ଏପରିକି ତାଙ୍କ ସ୍ବାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.