Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପରିତ୍ୟକ୍ତ ଦୋକାନ ନିକଟରୁ ମିଳିଲା ବୃଦ୍ଧଙ୍କ ମୃତଦେହ, ୪ଦିନ ତଳେ ଭର୍ତ୍ତି ହୋଇଥିଲେ ମେଡିକାଲରେ

20/09/2020 at 2:33 PM

ଅନୁଗୋଳ ୨୦।୯: ଅନୁଗୋଳ ହେମସୁରପଡା ଛକରେ ଜଣେ ବୃଦ୍ଧଙ୍କ ମୃତଦେହ ଦେଖିବାକୁ ମିଳିଛି। ବୃଦ୍ଧ ଜଣଙ୍କର ମୃତଦେହ ଏକ ଦୋକାନ ସାମ୍ନାରେ ବସିଥିବା ଅବସ୍ଥାରେ ରହିଛି । ହାତରେ ତାଙ୍କର ସାଲାଇନ ଭେନଫ୍ଲୋର ଲାଗିଛି । ଦୁଇଟି ପରିତ୍ୟକ୍ତ ଦୋକାନ ଘର ସାମ୍ନାରେ ବସିଥିବା ଅବସ୍ଥାରେ ପ୍ରାଣବାୟୁ ଉଡି ଯାଇଛି । ଖବର ପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ବୃଦ୍ଧ ଜଣଙ୍କ ଅନୁଗୋଳ ମୁଖ୍ୟ ଡାକ୍ତରଖାନରେ ଜଣେ ରୋଗୀ । ତାଙ୍କ ଜ୍ବାଇଁ ଘଟଣା ସ୍ଥଳରେ ପହଁଚିବା ପରେ ତାଙ୍କର ଚିହ୍ନଟ ହୋଇଛି। ବୃଦ୍ଧ ଜଣଙ୍କ କୋଶଳାର ଦୁର୍ଯ୍ୟୋଧନ ବେହେରା । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣା ପଡ଼ିଛି। ସେ ୪ ଦିନ ହେବ ଜ୍ଵରରେ ପୀଡିତ ଥିବାରୁ ଅନୁଗୋଳ ମେଡିକାଲରେ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ମିଳିଛି। ତେବେ ଏ ଘଟଣାର ତନାଘନା ଆରମ୍ଭ ହୋଇଛି। କିଭଳି ଏବଂ କାହିଁକି ସେ ଚାଲି ଚାଲି ଏତେ ବାଟ ଆସିଲେ ତାହାର ତଦନ୍ତ ଆରମ୍ଭ ହୋଇଛି ।

   Related Posts