ରାତିରେ ଶୌଚ ପାଇଁ ଯାଇଥିଲେ, ସକାଳୁ ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ମୃତଦେହ

Published By : Prameya-News7 Bureau | November 07, 2020 IST

ଚଣ୍ଡିଖୋଲ ୭।୧୧: ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବଡଚଣା ଥାନା ଅଧୀନ ଖଇରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ପ୍ରତାପ ଚନ୍ଦ୍ର ମହାରଣା ଶୁକ୍ରବାର ରାତିରେ ଘର ନିକଟରେ ଥିବା ଏକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ତେବେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ । ପ୍ରତାପ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ପରେ ପୋଖରୀ ନିକଟରେ ପ୍ରତାପଙ୍କ ଚପଲ ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରିଥିଲେ । ଫଲରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.