ଦଶକ୍ରିୟା ବେଳେ ପାଣିରେ ଭାସିଗଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
6/01/2021 at 2:54 PM

ସାଲେପୁର ୬।୧: ମହାନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଦଶକ୍ରିୟା ତୁଠ କାମ କରିବାକୁ ଯାଇଥିବା ବେଳେ ମହାନଦୀରେ ବୁଡି ବୃଦ୍ଧ ନିଖୋଜ ହୋଇଥିଲେ । ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ କଟକ ଜିଲ୍ଲା କିଶନନଗର ଫୁଲରା ଗାଁର ରମେଶ ପଣ୍ଡା।
ସୂଚନାଯୋଗ୍ୟ ଯେ, କିଶନନଗର ମହାନଦୀରେ ଦଶକ୍ରିୟା କାମ କରି ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଗୋଡ଼ ଖସିଯାଇଥିଲା । ଫଳରେ ବୃଦ୍ଧ ଜଣଙ୍କ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021