ସଂଗରୋଧ କେନ୍ଦ୍ରରେ ଅସୁସ୍ଥ, ହସ୍ପିଟାଲରେ ମୃତ୍ୟୁ : ଚିକିତ୍ସା ଅବହେଳା ଅଭିଯୋଗ
31/05/2020 at 11:19 AM

ବାଲିଗୁଡା ୩୧।୫: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ ରେ ଥିବା ସଂଗରୋଧ କେନ୍ଦ୍ରରେ ଅସୁସ୍ଥ ହୋଇଥିବା ବୃଦ୍ଧାଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପରିବାର

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ତୁମୁଡିବନ୍ଧ ଥାନା ଅଞ୍ଚଳର ମାଲିକାପଡାର ଜନୈକ ବୃଦ୍ଧ ବ୍ୟକ୍ତି ସଂଗରୋଧ କେନ୍ଦ୍ରରେ ରହିଆସୁଥିବା । ତେବେ ସେଠାରେ ବୃଦ୍ଧଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା । ସଂଗରୋଧ କେନ୍ଦ୍ରରେ ଖାଇବା ପିଇବା ଅବହେଳା କରାଯାଇଥିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଥିବା ପରିବାରଲୋକ ଅଭିଯୋଗ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଶନିବାର ଦିନ ଜନୈକ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି । ଖାଦ୍ୟପେୟ ତଥା ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ମୃତ୍ୟୁର ୨୪ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପରିବାରଲୋକଙ୍କୁ ଶବ ହସ୍ତାନ୍ତର ନକରାଯିବା ଏବଂ କ୍ଷତିପୂରଣ ଦାବିରେ ସଂଗରୋଧ କେନ୍ଦ୍ରରେ ପରିବାର ପକ୍ଷରୁ ପ୍ରତିବାଦ କରାଯାଇଛି ।