ପୁତୁରାର ଠେଙ୍ଗାମାଡ଼ରେ ଗୁରୁତର କକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ଅଭିଯୁକ୍ତ ଅଟକ

Published By : Prameya-News7 Bureau | December 05, 2021 IST

ପାଟଣା, ୦୫/୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମଲାରପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁତୁରାର ଠେଙ୍ଗାମାଡ଼ରେ ଗୁରୁତର କକାଙ୍କ ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ରବିବାର ମୃତ୍ୟୁ ଘଟିଛି । ମୃତକ ହେଲେ ବନମାଳି ମହାନ୍ତ(୮୦) ।

ସୂଚନା ଅନୁଯାୟୀ ଜମିବାଡ଼ିକୁ ନେଇ ଗତ ୨୮ ତାରିଖ ଉଭୟ କକା ଓ ପୁତୁରା ମଧ୍ୟରେ ବଚସା ହେବା ପରେ ପୁତୁରା ଆନନ୍ଦ ମହାନ୍ତ ଏକ ଠେଙ୍ଗାରେ କକା ବନମାଳିକୁ ଆକ୍ରମଣ କରିଥିଲା । ଫଳରେ ବନମାଳୀ ତଳେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ତୁରୁମୁଙ୍ଗା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁତୁରା ଆନନ୍ଦ ମହାନ୍ତ(୪୬)ଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ୧୩୯/୨୧ରେ ଏକ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ଅଭିଯୁକ୍ତ ପୁତୁରାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମଦନ ମୋହନ ନାଏକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.