ଟ୍ରେନ୍‌ରେ କଟିଗଲେ ବୃଦ୍ଧ, ମୁଣ୍ଡ-ଗଣ୍ଡି ହୋଇଗଲା ଅଲଗା

Published By : Prameya-News7 Bureau | December 30, 2020 IST

ରାଉରକେଲା ୩୦।୧୨: ରେଳ ଧାରଣାରେ ଟ୍ରେନ୍ କଟିଗଲେ ବୃଦ୍ଧ । ମୁଣ୍ଡ-ଗଣ୍ଡି ଅଲଗା ହୋଇ ଚାଲିଗଲା ଜୀବନ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଏସଟିଆଇ ଛକ ରେଳ ଧରଣାରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ବିନୋଦ ପଟ୍ଟନାୟକ । ତାଙ୍କ ବୟସ ୬୦ ବର୍ଷ । ତାଙ୍କ ଘର ଗଙ୍ଗାଧରପଲିରେ ବୋଲି ଜଣାପଡିଛି । ବୃଦ୍ଧ ଜଣଙ୍କ ଏସଟିଆଇ ଛକ ରେଳ ଧାରଣା ପାର ହେଉଥିବା ସମୟରେ ଏକ ମାଲ ବୋଝେଇ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ରଘୁନାଥପାଲୀ ପୋଲିସ ସହ ରାଉରକେଲା ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.