କ୍ଵାରେଣ୍ଟାଇନ୍ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ, ଫେରିଥିଲେ କୋଲକାତାରୁ

Published By : Prameya-News7 Bureau | June 10, 2020 IST

ଭଦ୍ରକ ୧୦।୬: କ୍ଵାରେଣ୍ଟାଇନ୍ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ । ଭଦ୍ରକ ବ୍ଲକ୍ କୋର୍କୋରା କ୍ଵାରେଣ୍ଟାଇନ୍ ସେଣ୍ଟରରେ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ରାଧାଶ୍ୟାମ ପାଣି । ସେ ଗତକାଲି ରାତିରେ ନିଜ ସମ୍ପର୍କୀୟଙ୍କ ସହ କୋଲକାତାରୁ ଫେରିଥିଲେ ।

{"id":283891,"sizeSlug":"large"}

ସେ ଏକ କାରରେ କୋଲକାତାରୁ ଫେରିଥିଲେ ବୋଲି ଜଣାପଡିଛି । ତାଙ୍କୁ ନିଜ ପଞ୍ଚାୟତରେ ହୋଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ବୁଧବାର ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

{"id":283892,"sizeSlug":"large"}

ତେବେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଛି । ଭଦ୍ରକ ଗୋଷ୍ଠୀ ଉନୟନ ଅଧିକାରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସହ ମେଡିକାଲ ଟିମ୍ ମଧ୍ୟ କ୍ଵରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚିଛି । ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.