Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ

22/04/2021 at 3:17 PM

କେନ୍ଦୁଝର ୨୨।୪: ବଜ୍ରାଘାତରେ ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ବାର୍ହାପଶି ଗ୍ରାମର ହୁକୁମ ଚାନ୍ଦ ମହାନ୍ତ ଗୁରୁବାର ଭୋର ସମୟରେ ଶୌଚ ସାରି ଖୋଲା ପଡିଆ ଦେଇ ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ସେହିଠାରେ ହିଁ ଚେତାଶୂନ୍ୟ ହୋଇ ଖସିପଡିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଘରକୁ ନେଇ ତାଙ୍କ ଦେହରେ ତେଲ ମାଲିସ କରିଥିଲେ ଓ ତାଙ୍କ ଦେଉ ଗରମ ଥିବା ଦେଖି ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ ।  ହେଲେ ଡାକ୍ତର ତାଙ୍କୁ ଏଠାରେ ମୃତ ଘୋଷଣା କରିଛନ୍ତି ।

   Related Posts