ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | June 28, 2020 IST

ବୌଦ୍ଧ ୨୮।୬: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ତେଲିବନ୍ଧ ଛକଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାଇ, ଗୁଡିଆଳି ଗ୍ରାମର ୧୮ ବର୍ଷ ବୟସ୍କ ଯୁବକ ପପୁନ ପ୍ରଧାନ ମନମୁଣ୍ଡା ପଟୁ ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ତେଲିବନ୍ଧ ଛକଠାରେ ଜଣେ ବୃଦ୍ଧ ରାସ୍ତା ପାର ହେଉଥିଲେ । ଏହି ସମୟରେ ବାଇକ୍ ସହିତ ବୃଦ୍ଧଙ୍କର ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟ ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ତେଲିବନ୍ଧ ଗ୍ରାମର ଜୟଦେବ ହୋତା । ତାଙ୍କ ବୟସ ୭୦ ବର୍ଷ ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.