କେନାଲରେ ଭାସି ବୃଦ୍ଧଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇ ଭାସି ଯାଇଥିଲେ
13/01/2021 at 10:56 AM

କଳାହାଣ୍ଡି ୧୩।୧: ଜୟପାଟଣା ବ୍ଲକ୍ ପାବଲୀଠାରେ ମେଗାଲିଫ୍ଟ କେନାଲରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ହେଲେ ସିଲେଇଜୋର ଗାଁର ଅଧବାରୁ ଜାନୀ । ତାଙ୍କ ବୟସ ୫୫ ବର୍ଷ ।
ଗୁରୁବାର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ କେନାଲରେ ପାଣି ଛଡା ଯାଇଥିଲା । ବୃଦ୍ଧ ଜଣଙ୍କ ଶୌଚ ହେବାକୁ ଯାଇ ପାଣି ସୁଅରେ ଭାସି ଯାଇଥିଲେ । ବୃଦ୍ଧ ଜଣଙ୍କ ନିଜର ସମ୍ପର୍କୀୟ ଘର ପାବଳୀ ଗାଁକୁ ଏକୋଇଶି ଉତ୍ସବରେ ଯୋଗଦେବାକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ବୁଧବାର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021