Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପେନସନ ଟଙ୍କାରେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି ୭୪ ବର୍ଷ ବୟସ୍କ ବୃଦ୍ଧ : ମୋଦି କହିଲେ ଏହିଭଳି ଲୋକ ଦେଶର ଆଦର୍ଶ

17/04/2020 at 1:51 PM

ଶ୍ରୀନଗର ୧୭/୦୪ : କରୋନା ସଙ୍କଟରୁ ନିସ୍ତାର ପାଇବା ପାଇଁ ସମସ୍ତେ ନିଜ ନିଜ ହିସାବରେ ଲଢେଇ ଜାରି ରଖିଛନ୍ତି | ସଙ୍କଟରୁ ରକ୍ଷା ପାଇବା ପାଇଁ ଲୋକେ ନିଜ ତରଫରୁ ଯେତିକି ପାରୁଛନ୍ତି ସାହାଯ୍ୟ କରୁଛନ୍ତି | କାଶ୍ମୀରର ୟୋଗରାଜ ମାଙ୍ଗେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି | ଏହି ସଙ୍କଟ ସମୟରେ ସେ ନିଜ ପେନସନ ଟଙ୍କାରେ ନିଜେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି | ସେ ଏବେ ଯାଏଁ ୬ ହଜାର ମାସ୍କ ତିଆରି କରି ବାଣ୍ଟି ସାରିଛନ୍ତି | ସେ ଗରିବଙ୍କୁ ଖାଦ୍ୟ ମଧ୍ୟ ବାଣ୍ଟୁଛନ୍ତି | ୭୪ ବର୍ଷ ବୟସ୍କ ୟୋଗରାଜଙ୍କ ଏହି ଯୋଗଦାନକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି | ମୋଦି କହିଛନ୍ତି ଏହିଭଳି ଲୋକ ସମାଜ ପାଇଁ ଆଦର୍ଶ | ସୋସିଆଲ ମିଡ଼ିଆରେ ମଧ୍ୟ ୟୋଗରାଜଙ୍କ ବହୁତ ପ୍ରଶଂସା ହେଉଛି |  

ପ୍ରସାର ଭାରତୀ ୟୋଗରାଜଙ୍କ ଏକ ଭିଡିଓ ସେୟାର କରି କହିଛନ୍ତି, କରୋନା ସଂଗ୍ରାମୀ, ୭୪ ବର୍ଷ ବୟସ୍କ ୟୋଗରାଜ ମାଙ୍ଗେ କରୋନା ଲଢେଇରେ ଜନତାଙ୍କ ପାଇଁ କିଛି କରିବାକୁ ପ୍ରୟାସ କରିଛନ୍ତି | ସେ ନିଜ ପେନସନ ଟଙ୍କାରେ ନିଜେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି | ଏହା ନିଶ୍ଚୟ ପ୍ରଶଂସନୀୟ ପଦକ୍ଷେପ |

ସିଆରପିଏଫରେ ଏଏସଆଇ ଥିବା ପଦେଶ୍ୱର ଦାସ ବର୍ତ୍ତମାନ ଆସାମରେ ନିଜ ଘରେ ରହୁଛନ୍ତି | ତଥାପି ସେ ଅଲଗା ଉପାୟରେ କାମ କରୁଛନ୍ତି | ଲକଡାଉନରେ ପ୍ରଭାବିତ ନିଜ ଗାଁର ଗରିବଙ୍କୁ ସେ ସାହାଯ୍ୟ କରୁଛନ୍ତି | ନିଜର ସଂଚିତ ଧନରେ ସେ ଗରିବଙ୍କୁ ରାସନ ସାମଗ୍ରୀ ଯୋଗାଉଛନ୍ତି | ୪୮ ବର୍ଷ ବୟସ୍କ ପଦେଶ୍ୱର ଦାସ କହିଛନ୍ତି ଯେ, ତାଙ୍କ ପୋଷ୍ଟିଙ୍ଗ ଜାମ୍ମୁ କାଶ୍ମୀର ସୋପିୟାନରେ ହୋଇଛି | ମାର୍ଚ୍ଚ ୩ ତାରିଖରେ ସେ ଛୁଟିରେ ଘରକୁ ଆସିଥିଲେ | କିନ୍ତୁ ଡ୍ୟୁଟି ଜଏନ କରିବା ପୂର୍ବରୁ କରୋନା ସଙ୍କଟ ଯୋଗୁଁ ଲକଡାଉନ ହୋଇଗଲା | ଯେଉଁଥିପାଇଁ ସେ ଯାଇପାରିନଥିଲେ ଏବଂ ଘରେ ଅଛନ୍ତି | ତେବେ ସେ କହିଛନ୍ତି ଯେ ଯଦି ସେ ଡ୍ୟୁଟିରେ ଥାଆନ୍ତେ ତାହେଲେ ସହଯୋଗୀଙ୍କ ସହ ମିଶି ଲୋକଙ୍କୁ ସାହାଯ୍ୟ କରିଥାନ୍ତେ | ଯେହେତୁ ସେ ଯାଇପାରିନାହାନ୍ତି ସେଥିପାଇଁ ସେ ସେଠାରେ ଥାଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ଏହା ବି ତାଙ୍କ ପାଇଁ ଏକ ମଉକା ଗରିବଙ୍କୁ ଏବଂ ଦୀନହୀନଙ୍କୁ ସାହାଯ୍ୟ କରିବା ପାଇଁ ବୋଲି ସେ କହିଛନ୍ତି |

   Related Posts