ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
29/05/2020 at 10:42 AM

ଢ଼େଙ୍କାନାଳ୨୯/୫: ଢେଙ୍କାନାଳ ଷଡଙ୍ଗୀ ବନାଞ୍ଚଳରେ ପୁଣି ବଣୁଆ ହାତୀମାନେ ଉପଦ୍ରବ ଆରମ୍ଭ କରିଛନ୍ତି । ଏପରିକି ଆଜି ସକାଳେ ଏକ ଦନ୍ତା ହାତୀ ବନସିଂହ ଗ୍ରାମର ଭୁଇଁପୁରରେ ପଶି ଯାଇଥିଲା। ତେବେ ଏହି ଗ୍ରାମର କୌଶଲ୍ୟା ସାହୁ ନାମକ ଜଣେ ମହିଳା ଏହି ଦନ୍ତା ହବୁଡରେ ପଡି ଯାଇଥିଲେ। କୌଶଲ୍ୟାଙ୍କୁ ହାତୀ କଚାଡି ମାରି ଦେଇଥିବା ଜଣାପଡିଛି। ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଛି। ଖବର ପାଇ ବନକର୍ମଚାରୀ ମାନେ ପହଁଚି ମୃତ ଦେହ ଜବତ କରି ତଦନ୍ତ କରୁଛନ୍ତି।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021